ବୌଦ୍ଧ ପରମ୍ପରା ଅନୁଯାୟୀ, ବାଳୀ ଅବଲୋକିତେଶ୍ୱରଙ୍କୁ ତାଙ୍କ ନିଜ ଜୀବନୀ ବର୍ଣ୍ଣନା କରନ୍ତି। ସେଥିରେ ସେ ନିଜକୁ ଜଣେ ଅହଂକାରୀ ଏବଂ ଗର୍ବୀ ରାଜା ଭାବରେ ସ୍ବୀକାର କରନ୍ତି। ସେ ଅଗଣିତ ରାଜା ଏବଂ ବ୍ରାହ୍ମଣଙ୍କୁ ଏକ ଦାନଯଜ୍ଞକୁ ନିମନ୍ତ୍ରଣ କରିଥିଲେ। ଯେତେବେଳେ ତାଙ୍କ ନିମନ୍ତ୍ରଣ ରକ୍ଷା କରି ସମସ୍ତେ ତାଙ୍କ ସମ୍ମୁଖରେ ଏକତ୍ରିତ ହୋଇଥିବା ସେ ଦେଖିଲେ, ସେ ଗର୍ବିତ ହୋଇ ମନେମନେ ଭାବିଲେ ଯେ ସେ ହିଁ ପ୍ରଭୁ। ସେ ସେମାନଙ୍କ ସ୍ତ୍ରୀମାନଙ୍କ ପ୍ରତି ନିଷ୍ଠୁର ଥିଲେ, ପୁଅ ଏବଂ ଝିଅମାନଙ୍କୁ ହତ୍ୟା କରିଥିଲେ, କ୍ଷତ୍ରିୟ, ପାଣ୍ଡବ ଏବଂ କୌରବମାନଙ୍କୁ କାରାଗାରରେ ବନ୍ଦୀ କରି ରଖିଥିଲେ। ତା’ପରେ ସେ ନାରାୟଣଙ୍କୁ ଖୋଜିବା ଆରମ୍ଭ କଲେ କିନ୍ତୁ ତାଙ୍କୁ ପାଇଲେ ନାହିଁ। ଏହାପରେ ସେ ଦାନଯଜ୍ଞ ଆରମ୍ଭ କଲେ। ଏହି ସମୟରେ, ନାରାୟଣ ଦଶରଥପୁତ୍ର (ରାମ) ରୂପରେ ପାଣ୍ଡବ ଏବଂ କୌରବମାନଙ୍କୁ ମୁକ୍ତ କରିଥିଲେ। କିଛି ସମୟପରେ ଦଶରଥପୁତ୍ର ବାଳୀଙ୍କର ଦାନଯଜ୍ଞକୁ ବାମନ ରୂପରେ ଆସି ତାଙ୍କୁ ଦୁଇ ପାଦ ଭୂମି ଦାନ ମାଗିଲେ। ବାଳୀ ତାଙ୍କୁ ତିନି ପାଦ ଭୂମି ଦାନ କରିବା ପାଇଁ ପ୍ରତିଜ୍ଞା କଲେ। ଯେତେବେଳେ ବାଳୀ ତୃତୀୟ ପାଦ ଭୂମି ଦେଇ ପାରିଲେ ନାହିଁ, ଦଶରଥପୁତ୍ର ତାଙ୍କୁ ଦାନଯଜ୍ଞ ସ୍ଥାନରୁ ତଡ଼ି ଦେଲେ ଏବଂ ପାତାଳଲୋକକୁ ପଠାଇ ଦେଲେ। ପାଣ୍ଡବ, କୌରବ ଏବଂ କ୍ଷତ୍ରିୟମାନେ ନିଜର ସମସ୍ତ ସମ୍ପତ୍ତି ଫେରି ପାଇଲେ।
ବାଳୀ ଅବଲୋକିତେଶ୍ୱରଙ୍କୁ ଏହା ବର୍ଣ୍ଣନା କରନ୍ତି ଏବଂ କୁହନ୍ତି ଯେ ସେ ଏକ ଦୁର୍ଭାଗ୍ୟଜନକ ବଳିଦାନ କରିଥିଲେ ଯାହା ତାଙ୍କୁ ବନ୍ଧନରେ ଆବଦ୍ଧ କରିଛି। ଅବଲୋକିତେଶ୍ୱର ବାଳୀଙ୍କୁ ଧର୍ମ ଶିକ୍ଷା ଦିଅନ୍ତି ଏବଂ ବାଳୀଙ୍କୁ କୁହନ୍ତି ଯେ ସେ ରାକ୍ଷସମାନଙ୍କର ଜଣେ ନ୍ୟାୟବାନ ରାଜା ଭାବରେ ଶାସନ କରିବେ। ସେ ତଥାଗତ, ଜଣେ ଅରହନ୍ତ ହେବେ, ଯିଏ ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ କରିବେ। ଏହିପରି ବୌଦ୍ଧ ପରମ୍ପରା ବୌଦ୍ଧ ଧର୍ମ, ବାମନ ଅବତାର, ରାମାୟଣ ଏବଂ ମହାଭାରତକୁ ସମ୍ମିଳିତ କରେ।
ଉତ୍ସ: Wisdom-lib, Karandavyuha Sutra.
Picture Credit: Vrindavan Das