19

କୃଷ୍ଣ ଏବଂ ନରକାସୁର ପ୍ରଶ୍ନୋତ୍ତରୀ

ଦୀପାବଳି ବିଭିନ୍ନ ପ୍ରକାର ପର୍ବପର୍ବାଣୀ ମଧ୍ୟରୁ ଅନ୍ୟତମ l ରାମ, ଲକ୍ଷ୍ମୀ, କାଳୀ ଏବଂ କୃଷ୍ଣ ସମସ୍ତେ ଦୀପାବଳି ସହିତ ଜଡିତ I ଏମାନଙ୍କ ଭିତରୁ ନରକାସୁର ଉପରେ କୃଷ୍ଣଙ୍କ ବିଜୟକୁ ଦକ୍ଷିଣ ଏବଂ ପଶ୍ଚିମ ଭାରତରେ ନରକ ଚତୁର୍ଦ୍ଦଶୀ ଭାବରେ ପାଳନ କରାଯାଏ I ଏହି ଘଟଣାଟି କେଉଁଠି ଘଟି ଥିଲା ? କିଏ ନରକାସୁରର ପିତା ମାତା ଥିଲେ ? ତାହାର ରାଜ୍ୟ କେଉଁଠି ଥିଲା ? ତାହାକୁ କେଉଁ ସ୍ତ୍ରୀ ହତ୍ୟା କଲା ?

ଆମ୍ଭମାନଙ୍କ ମହାକାବ୍ୟ ଏବଂ ପୁରାଣଗୁଡିକରେ ନରକାସୁରର କାହାଣୀ ବର୍ଣନା କରାଯାଇଛି I ଏହି ପ୍ରଶ୍ନୋତ୍ତରୀରେ ଆମ୍ଭେମାନେ ଏହି କାହାଣୀଗୁଡ଼ିକ ଉପସ୍ଥାପନା କରିଛୁ I gaatha.com ରୁ ଉଦ୍ଧୃତ ଏହି ପ୍ରତିଛବିଟି କୃଷ୍ଣ ଏବଂ ନରକାସୁରଙ୍କ ଗୋଟିଏ ଉତ୍କୃଷ୍ଟ ଚମଡା ଚିତ୍ରକଳା ଦର୍ଶାଉଛି I ପାଞ୍ଚ ଜଣ ଭାଗ୍ୟବାନ ଅଂଶଗ୍ରହଣକାରୀ ଆମି ଗଣତ୍ରଙ୍କ ଦ୍ୱାରା ଉନ୍ମୋଚିତ ରାମାୟଣ ବହି ପାଇବେ I
ଶୁଭ ଦୀପାବଳୀ !

ନରକାସୁର ଏକ ଜଣାଶୁଣା ପିତାମାତାଙ୍କ କୋଳରେ ଜନ୍ମ ହୋଇଥିଲା I ସେମାନେ କିଏ ଥିଲେ ?

ପ୍ରାଗଜ୍ୟୋତିଷପୁର ନରକାସୁରର ରାଜ୍ୟ ଥିଲା I ଭାରତର କେଉଁ ଆଧୁନିକ ରାଜ୍ୟ ଏହାର ପ୍ରାୟ ସମାନ ?

ନିଜ ମାଙ୍କ କାନଫୁଲ ନରକାସୁର ଚୋରି କଲା ପରେ, ଇନ୍ଦ୍ର କୃଷ୍ଣଙ୍କ ସାହାଯ୍ୟ ଲୋଡ଼ିଥିଲେ I ଇନ୍ଦ୍ରଙ୍କ ମା କିଏ ଥିଲେ ?

ନରକାସୁର ସହିତ ଯୁଦ୍ଧରେ ଗରୁଡ କେଉଁ ଭୂମିକା ଗ୍ରହଣ କରିଥିଲେ ?

କେତକ ପ୍ରସିଦ୍ଧ ଲୋକକଥା ଅନୁସାରେ ଜଣେ ସ୍ତ୍ରୀ ଲୋକ ନରକାସୁରକୁ ବଧ କରିଥିଲେ I ସେ କିଏ ?

କୃଷ୍ଣଙ୍କର ଗୋଟିଏ ନାମ ନରକାସୁରର ପାଞ୍ଚ ମୁଣ୍ଡ ଥିବା ସେନାପତିକୁ ହତ୍ୟା କରିଥିବା ପର୍ବ ପାଳନ କରେ। ସେହି ନାମଟି କଣ?

ନରକାସୁର କୁ ପରାସ୍ତ କଲାପରେ କୃଷ୍ଣ କେତେ ଜଣ ସ୍ତ୍ରୀ ଲୋକଙ୍କୁ ନରକାସୁରର ବନ୍ଦୀଗୃହରୁ ମୁକ୍ତ କରିଥିଲେ ?

ନରକାସୁରଙ୍କ କାହାଣୀ ରାମାୟଣରେ ମଧ୍ୟ ଦେଖିବାକୁ ମିଳେ I କିଏ ସେଇଠି ନରକାସୁର କୁ ବଧ କରନ୍ତି ?

କାଳିକା ପୁରାଣ ଆନୁଯାୟୀ, ବିଷ୍ଣୁ ନରକାସୁରକୁ କେଉଁ ଦେବୀରୂପଙ୍କ ଭକ୍ତ ହେବାକୁ କହି ଥିଲେ ?

ମହାଭାରତ ଯୁଦ୍ଧରେ କେଉଁ ମହାନ କୌରଵ ଯୋଦ୍ଧାଙ୍କୁ ନରକାସୁରର ପୁତ୍ର ବୋଲି କୁହାଯାଏ ?

କେଉଁ ଦକ୍ଷିଣ ଭାରତୀୟ ଦୀପାବଳି ରୀତିନୀତି, ନରକାସୁରକୁ ପରାସ୍ତ କରିବା ପରେ କିପରି ସତ୍ୟଭାମା ଏବଂ କୃଷ୍ଣ ଆରାମ କରିଥିଲେ, ସେହି ପଦ୍ଧତିକୁ ନକଲ କରେ ?

କେଉଁ ରାଜ୍ୟରେ ଦୀପାବଳିରେ ନରକାସୁରର ପୁତ୍ତଳିକା ଜଳାଇବାର ଅନନ୍ୟ ପ୍ରଥା ରହିଛି?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In