କିନକେଡଙ୍କ ମତରେ ମେଘଦୂତ ବା ମେଘସଂଦେଶ-‘cloud messenger’ ପୃଥିବୀର କୌଣସି ଭାଷାରେ ପ୍ରକାଶିତ ଏକ ‘ଅନନ୍ୟ ପ୍ରେମ ସଙ୍ଗୀତ’। ଧନର ଦେବତା କୁବେରଙ୍କ ଦ୍ବାରା ନିୟୋଜିତ ଜଣେ ଯକ୍ଷ ଥରେ ରାଜଧାନୀ ଅଳକାରୁ ମଧ୍ଯ-ଭାରତର ଏକ ପର୍ବତକୁ ନିର୍ବାସିତ ହୋଇଥିଲେ।ଏକୁଟିଆ ରହୁଥିବା ଯକ୍ଷ ତାଙ୍କ ମନର କଥା ଅଳକାସ୍ଥିତ ତାଙ୍କ ପ୍ରେମିକା ନିକଟକୁ ମେଘ ମାଧ୍ୟମରେ ପଠାଉ ଥିଲେ।
ସୀତାଙ୍କୁ ନ ପାଇ ତାଙ୍କ ଖବର ପାଇବା ଲାଗି ରାମଙ୍କର ବ୍ୟଗ୍ରତା ଓ ବାଲ୍ମିକୀଙ୍କ ଦ୍ବାରା ସେ ବିଶେଷ ଭାବରେ ଅନୁପ୍ରାଣିତ ହୋଇଥିଲେ।ଯକ୍ଷ ଜାଣିପାରିଥିଲେ କି ସେହି ପର୍ବତମାଳାରେ ହିଁ ସୀତା ଓ ରାମ ବନବାସ କରିଥିଲେ। ସେ ମେଘମାଳାଙ୍କୁ ମନ୍ଥର ଗତିରେ ଶୀତଳ ଜଳରାଶିର ବୃଷ୍ଟି ଦ୍ବାରା ବନାଗ୍ନି ନିର୍ବାପିତ କରାଇ ସମସ୍ତଙ୍କ କଲ୍ୟାଣ ପାଇଁ ଅନୁରୋଧ କରୁଛନ୍ତି।କାଳିଦାସ ଉତ୍ତର ଭାରତ ଆକାଶରେ ଭାସମାନ ମେଘମାଳାର ଗତିକୁ ଅତି ସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି।
କାଳିଦାସଙ୍କ ରଚନା କବିତା, ଭୌଗୋଳିକ ସ୍ଥିତି, ନୈସର୍ଗିକ ପ୍ରେମ, ଭକ୍ତିଭାବର ସମ୍ମିଶ୍ରଣରେ ପ୍ରକୃତି ଓ ଅର୍ଧନୈସର୍ଗିକ ମଣିଷ ଭିତରେ ଏକ ବାର୍ତ୍ତାଳାପ ପରି ପ୍ରତୀତ। ଅନେକ କାଳପରେ ସେକ୍ସପିଅରଙ୍କ ଏହି ରଚନାରେ ମଧ୍ଯ କାଳିଦାସଙ୍କର ଏହି ଭାବର ପ୍ରତିଫଳନ ମିଳିଥାଏ “ପାଗଳ, ପ୍ରେମିକ, ଓ କବି ସମସ୍ତଙ୍କ ନିକଟରେ ଏହିଭଳି ଭାବର ସଂଘଠିତ ପରିସ୍ଫୁଟନ ଦେଖାଯାଏ। ” ସଂପୂର୍ଣ୍ଣ ମେଘଦୂତ କାବ୍ୟଟି ଧୀର ମନ୍ଦକ୍ରାନ୍ତରାଗରେ ଲିଖିତ। ଏହି ରାଗ ମନ୍ଥର ଗତିରେ ଭାସମାନ ମେଘମାଳା ଓ ଢୀବନର ଦୁଃଖସମୁହର ସୂଚକ।
ୱିକିମେଡିଆର ଚିତ୍ରଟି ଅବନିନ୍ଦ୍ର ଟାଗୋରଙ୍କ ମେଘଦୂତର “The banished Yaksha”।
ଉତ୍ସ:KS Ramaswami Sastriଙ୍କର ‘Kalidasa: His Period, Personality & Poetry’