17

ଭାରତରେ ପର୍ତ୍ତୁଗୀଜ଼

ଭାରତ ସ୍ୱାଧୀନ ହେବାର ୧୪ବର୍ଷ ପରେ ଆଜି ଦିନରେ(ଡ଼ିସେମ୍ବର ୧୯ରେ) ଗୋଆ ସ୍ୱାଧୀନ ହୋଇଥିଲା। ଭାରତରେ ପଦାର୍ପଣ କରିଥିବା ପ୍ରଥମ ଇଉରୋପିୟ ଔପନିବେଷକ ହେଲେ ପର୍ତ୍ତୁଗୀଜମାନେ। ସେମାନେ ୧୪୯୮ରୁ ଆସି ୧୯୬୧ ପର୍ଯ୍ୟନ୍ତ ସେଠାରେ ରହିଥିଲେ।
ଅବଶ୍ୟ ପ୍ରଥମେ ସେମାନେ ସାମୁଦ୍ରିକ ବାଣିଜ୍ୟରେ ଆଗୁଆ ଥିଲେ। କିନ୍ତୁ ବହୁ ଶୀଘ୍ର ଡଚ ଓ ବ୍ରିଟିଶମାନେ ପର୍ତ୍ତୁଗୀଜମାନଙ୍କୁ ଟପି ଯାଇଥିଲେ।
ଗୋଆ ସେମାନଙ୍କର ପ୍ରାଥମିକ ପର୍ତ୍ତୁଗୀଜ ଏନକ୍ଲେଭ ହୋଇ ରହିଗଲା | ତେବେ କାର୍ଡିନାଲ୍ ଗ୍ରାସିଆସ୍ ଦୃଢ଼ଭାବେ କହନ୍ତି, “ଗୋଆର କ୍ୟାଥୋଲିକ୍ ସଂସ୍କୃତି ଖ୍ରୀଷ୍ଟିଆନ, ପର୍ତ୍ତୁଗୀଜ ନୁହେଁ।”
ଏହି କୁଇଜ୍ ଭାରତରେ ପର୍ତ୍ତୁଗୀଜ ଉପସ୍ଥିତି ସମୟର ପ୍ରମୁଖ ଘଟଣାବଳି ଓ ବ୍ଯକ୍ତିତ୍ୱ ତଥା ସଂସ୍କୃତି ଉପରେ ମୁଖ୍ଯତଃ ଏମ.ଏନ. ପିୟରସନ୍ ଙ୍କ “ଭାରତରେ ପର୍ତ୍ତୁଗୀଜ” ଏବଂ ଏ.କେ.ପ୍ରିୟୋଲକରଙ୍କ “ଦ ଗୋଆ ଇନକ୍ଵୀଜୀସନ୍” ପୁସ୍ତକ ଉପରେ ଆଧାରିତ।

୧. ୧୪୯୮ରେ ଭାରତରେ କେଉଁ ପ୍ରସିଦ୍ଧ ନାବିକ ପହଞ୍ଚିଥିଲେ?

୨. ପର୍ତ୍ତୁଗୀଜମାନଙ୍କ ପୂର୍ବରୁ ଗୋଆରେ କାହାର ଶାସନ ଥିଲା?

୩. କେଉଁ ମଧ୍ଯଯୁଗୀୟ କ୍ୟାଥୋଲିକ୍ ଚର୍ଚ୍ଚ ଅନୁଷ୍ଠାନ ଗୋଆର ଅଣ-ଖ୍ରୀଷ୍ଟିଆନମାନଙ୍କୁ ଆତଙ୍କିତ କରିଥିଲା?

୪.କେଉଁ ଜେସୁଇଟ ସନ୍ଥଙ୍କୁ “ଗୋଏଞ୍ଚୋ ସାହେବ”(ଗୋଆର ରକ୍ଷକ) କୁହାଯାଏ?

୫.କେରଳରେ କେଉଁ ପ୍ରାଚୀନ ସମ୍ପ୍ରଦାୟକୁ ପର୍ତ୍ତୁଗୀଜମାନେ ନିର୍ଯାତନା ଦେଇଥିଲେ?

୬.ଦେବୀଭଗବତୀ ପ୍ରତିବର୍ଷ ନୂତନ ଗୋଆର ମାରସେଲ ମନ୍ଦିରରୁ ପୁରାତନ ଗୋଆ ତିଶୱାଡିକୁ ଯାତ୍ରା କରନ୍ତି। ଏହି ଯାତ୍ରା କାହାର ସ୍ମରଣ କରାଏ?

୭.କେଉଁ ମରାଠୀ ରାଜା ଗୋଆକୁ ସ୍ୱାଧୀନତାର ଅତି ନିକଟରେ ପହଞ୍ଚାଇଥିଲେ?

୮.କେଉଁ ଭାରତୀୟ ନଗରକୁ ପର୍ତ୍ତୁଗୀଜମାନେ ବ୍ରିଟିଶମାନଙ୍କୁ ଯୌତୁକ ଆକାରରେ ଦେଇଥିଲେ?

୯.ପର୍ତ୍ତୁଗୀଜମାନେ ଭାରତରୁ ମସଲା ରପ୍ତାନି କରୁଥିଲେ।ସେମାନେ ଭାରତକୁ ମୁଖ୍ୟତଃ କଣ ଆମଦାନୀ କରୁଥିଲେ?

୧୦.କେଉଁ ମୁଖ୍ୟ ଖାଦ୍ୟ ପର୍ତ୍ତୁଗୀଜମାନେ ଭାରତକୁ ଆଣିଥିଲେ?

୧୧. ଗୋଆରେ ୧୫୫୬ରେ ଏହି ଘରେ ପର୍ତ୍ତୁଗୀଜମାନଙ୍କର ଏକ ଅନବଦ୍ୟ ଇଉରୋ୍ପୀୟ ଉଦ୍ଭାବନ ଗଛିତ। ଏହା କଣ?

୧୨. ଭାରତର କେଉଁ ପୁରାତନ ସାମାଜିକ ପ୍ରଥା ଆଜି ବି ପର୍ତ୍ତୁଗୀଜମାନଙ୍କ ଦ୍ୱାରା ବ୍ୟବହୃତ ‘କସ୍ତା’ ଶବ୍ଦରୁ ଉଦ୍ଭୁତ?

Special additional lucky draw for Odia language quiz – 3 books as free gift for lucky participants. Please share you details to enter lucky draw.

Privacy Policy and Terms of Service

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In