31

ବିବେକାନନ୍ଦ-ସଂକ୍ରାନ୍ତି ପ୍ରଶ୍ନୋତ୍ତରୀ

ସ୍ୱାମୀ ବିବେକାନନ୍ଦ ୧୮୬୩ମସିହା ଜାନୁଆରୀ ୧୨ ତାରିଖରେ ସଂକ୍ରାନ୍ତି ପର୍ବର ପ୍ରତ୍ୟୁଷରେ ଜନ୍ମଗ୍ରହଣ କରିଥିଲେ। ସଂକ୍ରାନ୍ତି ସୂର୍ଯ୍ଯଙ୍କର ଉତ୍ତର ଦିଗକୁ ଯାତ୍ରାର ଆରମ୍ଭ ଚିହ୍ନିତ କରେ | ଏହା ହେଉଛି ଆଲୋକ ଏବଂ ଆଶାର ଯାତ୍ରା। ସେହିଭଳି ସ୍ୱାମୀ ବିବେକାନନ୍ଦ ଭାରତପାଇଁ ଏକ ନୂତନ ଆଧ୍ୟାତ୍ମିକ ଯାତ୍ରାର ଆରମ୍ଭ କରିଥିଲେ। ସେ ଦେଶର ସୁପ୍ତଆତ୍ମାକୁ ଜାଗ୍ରତ କରିଥିଲେ। ସେ ମାତ୍ର ଦଶବର୍ଷ ସାର୍ବଜନୀନ ଜୀବନ ବିତାଇଥିଲେ ମଧ୍ୟ ସାରାବିଶ୍ୱକୁ ସବୁଦିନ ପାଇଁ ଦିଗଦର୍ଶନ ଦେଇଥିଲେ। ସ୍ୱାମୀ ନିଖିଳାନନ୍ଦଙ୍କ ଦ୍ୱାରା ୧୯୫୩ ମସିହାରେ ରଚିତ ବିବେକାନନ୍ଦଙ୍କର ଜୀବନୀ ଏଥିରେ ବ୍ଯବହାର କରାଯାଇଛି।

୧-ସ୍ୱାମୀ ବିବେକାନନ୍ଦଙ୍କର ମାତାପିତା ଜନ୍ମସମୟରେ ତାଙ୍କର ନାଁ କଣ ରଖିଥଲେ?

୨-ରାମକୃଷ୍ଣ ବିବେକାନନ୍ଦଙ୍କର ଗୁରୁ ଥିଲେ। ସେ ମା’ କାଳୀଙ୍କର କେଉଁ ମନ୍ଦିରରେ ପୁରୋହିତ ଥିଲେ?

୩-‘ବିବେକାନନ୍ଦ ଶିଳା’ କେଉଁଠାରେ ଅବସ୍ଥିତ? ଯେଉଁଠି ସେ ତାପସ୍ୟାରତ ଥିଲେ ଓ ପ୍ରାପ୍ତଜ୍ଞାନକୁ ସାରା ପୃଥିବୀରେ ପହଞ୍ଚାଇବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିଲେ।

୪-ରାଜସ୍ଥାନର ଏକ କ୍ଷୁଦ୍ର ରାଜ୍ୟ କ୍ଷେତ୍ରୀର ରାଜାଙ୍କର ବିବେକାନନ୍ଦଙ୍କର ପ୍ରସିଦ୍ଧି ଲାଭ ପାଇଁ ବିରାଟ ଅବଦାନ ଥିଲା। ଏହା କଣ?

୫-କେଉଁ ଆମେରିକୀୟ ନଗରରେ ବିବେକାନନ୍ଦ ତାଙ୍କର ଅଭିଭାଷଣ ବିଶ୍ୱ ଧର୍ମସଂସଦରେ ଉପସ୍ଥାପନ କରିଥିଲେ ଯାହା ତାଙ୍କୁ ପ୍ରସିଦ୍ଧିର ଶିଖରରେ ପହଞ୍ଚାଇ ଥିଲା?

୬-କେଉଁ ଜାତୀୟତା ବାଦୀ ନାରୀ ନେତ୍ରୀ ବିବେକାନନ୍ଦଙ୍କ ସହିତ ୧୮୯୩ର ଚି଼କାଗୋ ଧର୍ମ ସଂସଦରେ ଯୋଗ ଦେଇଥିଲେ?

୭-ବିବେକାନନ୍ଦ ନ୍ୟୁୟର୍କ ନିକଟବର୍ତ୍ତୀ ଥାଉଜେଣ୍ଡ ଆଇଲ୍ୟାଣ୍ଡ ପାର୍କରେ ଏକ ରିଟ୍ରିଟ୍ ରେ ଆନୁଷ୍ଠାନିକ ଭାବରେ ଆମେରିକୀୟ ଶିଷ୍ଯମାନଙ୍କୁ ଦୀକ୍ଷା ଦେବା ଆରମ୍ଭ କରିଥିଲେ| ଏଥିରେ କେତେଜଣ ଭାଗ ନେଇଥିଲେ?

୮-ରାମକୃଷ୍ଣ ମିଶନର ମୁଖ୍ୟ କାର୍ଯ୍ୟାଳୟ କେଉଁଠି?

୯-କେଉଁ ଦୁଃଖଦ ଘଟଣା ବିବେକାନନ୍ଦଙ୍କ ଜୀବନକୁ ସାମାଜିକ ବୈଷମ୍ୟ ଆଡକୁ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲା

୧୦-ଭାରତକୁ ସମୁଦ୍ରପଥରେ ଫେରିବା ସମୟରେ ଦୁଇ ଜଣ ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ହିନ୍ଦୁ ଧର୍ମକୁ କଠୋର ସମାଲୋଚନା କରିଥିଲେ। ବିବେକାନନ୍ଦ ସେମାନଙ୍କୁ କ “ଣ ଉତ୍ତର ଦେଲେ?

୧୧-କିଏ ବିବେକାନନ୍ଦଙ୍କୁ “ଜାତୀୟତାବାଦୀ ଆନ୍ଦୋଳନର ଆଧ୍ୟାତ୍ମିକ ପିତା” ବୋଲି କହିଥିଲେ?

ସ୍ୱାମୀ ବିବେକାନନ୍ଦଙ୍କର ମୁଖ୍ୟ ଆଧ୍ୟାତ୍ମିକ ବାର୍ତ୍ତା କଣ ଥିଲା?

Special additional lucky draw for Odia language quiz – 3 books as free gift for lucky participants. Please share you details to enter lucky draw.

Privacy Policy and Terms of Service

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In