ନେତାଜୀ ବ୍ରିଟିଶ ଶାସନ ବିରୁଦ୍ଧରେ ସକ୍ରିୟ ପ୍ରତିରୋଧକୁ ସମର୍ଥନ କରିଥିଲେ। ଏହାଦ୍ୱାରା ସେ କଂଗ୍ରେସ ଅଧ୍ଯକ୍ଷ ପଦକୁ ଦ୍ରୁତ ଗତିରେ ଉନ୍ନୀତ ହୋଇଥିଲେ।ଗାନ୍ଧୀଙ୍କ ସହ ମତଭେଦ ପରେ ସେ ଇସ୍ତଫା ଦେଇଥିଲେ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ବ୍ରିଟିଶମାନଙ୍କୁ ଭାରତରୁ ବିତାଡିତ କରିବାର ଏକ ସୁଯୋଗ ଭାବରେ ଦେଖିଥିଲେ; କଂଗ୍ରେସ୍ ର ଅନ୍ଯମାନେ ଏ ସମ୍ବନ୍ଧରେ ଭିନ୍ନ ମତ ରଖିଥିଲେ।
ଜାନୁଆରୀ ୧୯୪୧ରେ ସେ ସାହସର ସହିତ ଗୃହବନ୍ଦୀରୁ ଖସି ପଳାଇଥିଲେ। ଦୁଇମାସ ମଧ୍ଯରେ ସେ ଦିଲ୍ଲୀ ଏବଂ କାବୁଲ ଦେଇ ବର୍ଲିନରେ ପହଞ୍ଚିଥିଲେ। ସେଠାରେ ସେ ନାଜି ନେତୃତ୍ୱର ସହାୟତା ଲୋଡିଥିଲେ, କିନ୍ତୁ ନାଜିମାନେ ଭାବୁଥିଲେ ଯେ ବ୍ରିଟିଶ ଶାସନ ଭାରତ ପାଇଁ ଉପଯୁକ୍ତ। ଜାପାନ ଅଧିକ ସହାୟତା ପାଇଁ ପ୍ରସ୍ତାବ ଦେଇଥିଲା। ତେଣୁ ନେତାଜୀ ଫେବୃଆରୀ ୧୯୪୩ରେ ଏକ ବୁଡ଼ାଜାହାଜରେ ଟୋକିଓ ଅଭିମୁଖେ ଯାତ୍ରା କରିଥିଲେ। ନେତାଜୀଙ୍କ ନୀତି ସରଳ ଥିଲା-ସେ ବ୍ରିଟେନକୁ ବିରୋଧ କରୁଥିବା ଯେକୌଣସି ଦେଶ ସହିତ କାମ କରିବେ ବୋଲି ନିଶ୍ଚୟ କରିଥିଲେ।
ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହେଲା, ସେ ସଠିକ୍ ଭାବରେ ପୂର୍ବାନୁମାନ କରିଥିଲେ ଯେ ସୋଭିଏତ ଯ଼ୁନିଅନ୍ ବ୍ରିଟେନ୍ ସହିତ ମେଣ୍ଟ ଭାଙ୍ଗିଦେବ। ଏହି ବିଚାରକୁ ଅନୁସରଣ କରି ସେ ସମ୍ଭବତଃ ଅଗଷ୍ଟ ୧୯୪୫ରେ ରୁଷୀୟମାନଙ୍କ ସହ ଯୋଗାଯୋଗ କରିବାକୁ ଯାଉଥିଲେ। କିନ୍ତୁ ହଠାତ୍ ସେ ଇତିହାସପୣଷ୍ଠାରୁ ଅଦୃଶ୍ଯ ହୋଇଗଲେ।
ଏ ୱିକିମିଡ଼ିଆ ଚିତ୍ରଟି ମେ ୧୯୪୨ରେ ହିଟଲରଙ୍କ ସହ ନେତାଜୀଙ୍କୁ ଦର୍ଶାଉଛି |