13

ବିନାୟକ ଚତୁର୍ଥୀ ପ୍ରଶ୍ନୋତ୍ତରୀ

ଆପଣ ଜାଣିଛନ୍ତି କି, ଭଗବାନ ବିଷ୍ଣୁଙ୍କ ପରି ଭଗବାନ ଗଣେଶଙ୍କର ମଧ୍ୟ ଅବତାର ରହିଛି? ତଥାପି, ନିଜର ପ୍ରେମମୟ ତଥା ଦୟାଳୁ ସ୍ୱଭାବ ଯୋଗୁଁ ଗଣେଶ ଏହି ଅବତାରଗୁଡ଼ିକରେ ରାକ୍ଷସମାନଙ୍କୁ କ୍ୱଚିତ୍ ବିନାଶ କରନ୍ତି—ବରଂ ସେ ସେମାନଙ୍କୁ ପରିବର୍ତ୍ତିତ କରନ୍ତି ଏବଂ କ୍ଷମା ପ୍ରଦାନ କରନ୍ତି। ମୁଦ୍‌ଗଲ ପୁରାଣରେ ଏହି ଆଠଟି ମହିମାମୟ ଅବତାରର ସୁନ୍ଦର ବର୍ଣ୍ଣନା ମିଳେ। ପ୍ରତ୍ୟେକ ଅବତାର ମଣିଷକୁ ଏକ ନିର୍ଦ୍ଦିଷ୍ଟ ଦୁର୍ଗୁଣରୁ ମୁକ୍ତ କରିବା ପାଇଁ ଉଦ୍ଦିଷ୍ଟ—ଅନ୍ଧ ଅହଂକାରଠାରୁ ଆରମ୍ଭ କରି ସର୍ବଗ୍ରାସୀ ଲୋଭ ପର୍ଯ୍ୟନ୍ତ।

କିନ୍ତୁ ଆପଣ ଜାଣନ୍ତି କି, କେଉଁ ରୂପ କେଉଁ ଦୁର୍ଗୁଣ ଉପରେ ବିଜୟ ଲାଭ କରେ? ଏହି ଗଣେଶ ଚତୁର୍ଥୀରେ, ଆସନ୍ତୁ ମିଶିକି ଏହି ଆକର୍ଷଣୀୟ କାହାଣୀଗୁଡ଼ିକୁ ଆବିଷ୍କାର କରିବା! ମୁଖ୍ୟତଃ ‘ସଂକଷ୍ଟୀ ଚତୁର୍ଥୀ ମଣ୍ଡଳ’ ଏବଂ ‘ଅମର ଚିତ୍ର କଥା’ ଉପରେ ଆଧାରିତ ଏହି କୁଇଜ୍, ଭଗବାନ ଗଣେଶଙ୍କ ଗଭୀର ତତ୍ତ୍ୱଜ୍ଞାନ ବିଷୟରେ ଆପଣଙ୍କ ପରୀକ୍ଷା ନେବ।
ପାଞ୍ଚ ଜଣ ଭାଗ୍ୟଶାଳୀ ପ୍ରତିଯୋଗୀ ନନ୍ଦିତା କୃଷ୍ଣାଙ୍କ ସୁନ୍ଦର ଚିତ୍ରିତ ପୁସ୍ତକ –”Ganesha, The Auspicious, The Beginning” ଜିତିପାରିବେ ।

୧.ଗଣେଶ ମତ୍ସରାସୁରକୁ ପରାସ୍ତ କଲେ। ସେ ଈର୍ଷାର ସନ୍ତକ। ଏହି ଅବତାରଙ୍କର ମୁଖମଣ୍ଡଳ ବକ୍ର ଓ ସିଂହ ତାଙ୍କର ବାହନ। ଏହି ଅବତାର କିଏ?

୨.ବକ୍ରତୁଣ୍ଡଙ୍କ ସହାୟତା ଲୋଡିବାକୁ ଦେବତାମାନଙ୍କୁ କିଏ ପରାମର୍ଶ ଦେଲା? ତାଙ୍କୁ ତିନି ମୁଣ୍ଡ , ଛ’ ହାତ, ଚାରି ଶ୍ଵାନ, ଓ ଗୋଟେ ଗାଈ ସହିତ ଦର୍ଶାଯାଏ।

୩.ଗଣେଶ ଏକଦନ୍ତରୂପରେ ମଦାସୁରକୁ ହରାଇ ଥିଲେ। ଏକଦନ୍ତ କେଉଁ ବେଦାନ୍ତିକ ତତ୍ତ୍ୱକୁ ଦର୍ଶାଏ?

୪. ସନତକୁମାର ଜଣେ ଋଷିଙ୍କୁ ଭୂମବିଦ୍ୟା ଶିକ୍ଷା ବା ବ୍ରହ୍ମଜ୍ଞାନ ଶିକ୍ଷା ଦେଇଥିଲେ। ଏହି ମୁନିଜଣକ କିଏ?

୫.ଉଭୟ ମହୋଦରା (ବିଶାଳ ଉଦର ଧାରୀ ଗଣେଶ) ଓ ରାକ୍ଷସ ମୋହାସୁର(ଆସକ୍ତି) କେଉଁଥିରୁ ଜନ୍ମ ଲାଭ କରନ୍ତି?

୬. ଗଣେଶ ଗଜାନନରୂପରେ ଲୋଭର ବିନାଶ କରନ୍ତି। ଏହି ରାକ୍ଷସର ନାଁ କଣ?

୭.ଭଗବାନ ବିଷ୍ଣୁଙ୍କର କେଉଁ ନାରୀ ରୂପକୁ ଶିବ ପାଇବା ପାଇଁ କାମନା କରିଥିଲେ, ଯାହା ଫଳରେ କ୍ରୋଧାସୁରର ଜନ୍ମ ହୋଇଥିଲା? ଗଣେଶ ‘ଲମ୍ବୋଦର’ (ବିଶାଳ ଉଦର – ବଡ଼ ପେଟ ବିଶିଷ୍ଟ ) ରୂପ ଧାରଣ କରି କ୍ରୋଧାସୁରକୁ ପରାସ୍ତ କରିଥିଲେ।

୮.ମୟୂର ଉପରେ ସବାର ବିକଟ ରୂପୀ ଭଗବାନ ଗଣେଶଙ୍କ ଦ୍ୱାରା କାମାସୁର (ଅନିୟନ୍ତ୍ରିତ କାମନା) ପରାଜିତ ହୋଇଥିଲା। କାମାସୁର ବୃନ୍ଦା ଏବଂ କେଉଁ ଦେବତାଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲା?

୯.ବିଘ୍ନରାଜ (ବିଘ୍ନହରଣକାରୀ) ମମାସୁରକୁ ଦମନ କରନ୍ତି। ସଂସ୍କୃତରେ ‘ମମ’ର ଅର୍ଥ କ’ଣ?

୧୦.ବିଘ୍ନରାଜଙ୍କ ବାହନ ରାମାୟଣରେ ଲକ୍ଷ୍ମଣ ଏବଂ ମହାଭାରତରେ ବଳରାମ ମଧ୍ୟ ଅଟନ୍ତି। ଏହି ବାହନଟି କିଏ?

୧୧.ଧୂମ୍ରବର୍ଣ୍ଣ ଅବତାରରେ ଗଣେଶଙ୍କ ଦ୍ୱାରା ଅଭିମାନାସୁର ବା ଅହଂକାରାସୁର (ଗର୍ବ ବା ଅହଂକାର) ପରାଜିତ ହୋଇଥିଲେ। ‘ଧୂମ୍ର’ର ଅର୍ଥ କ’ଣ?

୧୨.ମୁଦ୍ଗଲ ପୁରାଣ ଅନୁସାରେ ଗଣେଶଙ୍କ ଦ୍ୱାରା ପରାଜିତ ହେବା ପରେ ଗଜମୁଖାସୁର (ହାତୀ ମୁହଁ ଥିବା ରାକ୍ଷସ) କେଉଁଥିରେ ପରିବର୍ତ୍ତିତ ହୋଇଥିଲା?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In