14

ଶିବାଜୀ ଜୟନ୍ତୀ ପ୍ରଶ୍ନୋତ୍ତରୀ

ଆଜି ଶିବାଜୀ ଜୟନ୍ତୀ ଫେବୃଆରୀ ୧୯ତାରିଖ।
ଶିବାଜୀ ମହାରାଜ ଆତୋକରୁ କଟକ ଯାଏ ଏକ ପ୍ରସିଦ୍ଧ ସାମ୍ରାଜ୍ୟର ମୂଳଦୁଆ ପ୍ରତିଷ୍ଠା କରିଥିଲେ। ଏହି ସାମ୍ରାଜ୍ୟ ପରବର୍ତ୍ତି ସମୟରେ ମୋଗଲମାନଙ୍କୁ ଧ୍ବଂସ କରିବାରେ ସହାୟକ ହେଇଥିଲା।
ସ୍ୱାମୀ ବିଵେକାନନ୍ଦଙ୍କ ଭାଷାରେ “ଶିବାଜୀ ଥିଲେ ସର୍ବଶ୍ରେଷ୍ଠ ଜାତୀୟତାବାଦୀ ତ୍ରାଣକର୍ତ୍ତାଙ୍କ ମଧ୍ଯରୁ ଜଣେ, ଯିଏକି ସମ୍ପୂର୍ଣ୍ଣ ବିନାଶ ଓ ବିପଦର ସମ୍ମୁଖୀନ ହେବା ସମୟରେ ଆମ ସମାଜ ଏବଂ ଆମ ଧର୍ମକୁ ରକ୍ଷା କରିଥିଲେ।”

ଏହି ଯାବତ୍ ତାଙ୍କର ଦୂରଦୃଷ୍ଟି, ସାହସିକତା ଏବଂ କାର୍ଯ୍ଯଶୈଳୀର କୌଣସି ତୁଳନା ନାହିଁ। ତାଙ୍କର ଆଦର୍ଶ ଆମମାନଙ୍କ ମଧ୍ଯରେ ଅନେକ ଭାବରେ, ସଂସ୍କୃତିରେ, ପ୍ରତୀକରେ, ସ୍ଥାନରେ ଓ ଆମର ବ୍ୟକ୍ତିଗତ ସ୍ୱାଧୀନତାରେ ଜୀବିତ ଅଛି।

ଏହି କୁଇଜରେ ପାଞ୍ଚ ଜଣ ଭାଗ୍ଯଶାଳୀ ଅଂଶଗ୍ରହଣକାରୀଙ୍କୁ ଉପହାର ସ୍ୱରୂପ ଡ. ଉଦୟ କୁଲକର୍ଣ୍ଣିଙ୍କ ଦ୍ୱାରା ଲିଖିତ “ମରାଠା ଶତାବ୍ଦୀ” ପୁସ୍ତକ ପ୍ରଦାନ କରାଯିବ।

୧. ଶିବାଜୀ ତାଙ୍କ ପିଲାଦିନ ମହାରାଷ୍ଟ୍ର ବାହାରେ ଏକ ସହରରେ କଟାଇଥିଲେ। ଏକବିଂଶ ଶତାବ୍ଦୀରେ ଏହି ସହର ସ୍ଥାନାଚ୍ୟୁତ ଲୋକଙ୍କର ମୁଖ୍ୟ ଆକର୍ଷଣ ହୋଇଛି । ଏହି ସହରଟିର ନାଁ କଣ?

୨. ଭାରତ ସରକାରଙ୍କର କେଉଁ ଚିହ୍ନ ଏବେ ପରିବର୍ତ୍ତନକରାଯାଇ ସେଥିରେ ଶିବାଜୀଙ୍କସମୟର କିଛି ଅଂଶକୁ ସ୍ଥାନିତ କରାଯାଇଛି?

୩.ପ୍ରସିଦ୍ଧ ମରହଟ୍ଟା ପଦାତିକ ବାହିନୀ ଶିବାଜୀଙ୍କର ସେନାର କେଉଁ କୌଶଳର ପାରଦର୍ଶିତାକୁ ନେଇ ସଂଘଠିତ?

୪.ମୁମ୍ବାଇର କିମ୍ବଦନ୍ତୀ ଭିକ୍ଟୋରିଆ ଜୁବିଲି ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍ ର ନାମ ପରିବର୍ତ୍ତନ କରାଯାଇଥିଲା। ଅତି ଚତୁରତାର ସହ ଏହାର ସଂକ୍ଷିପ୍ତ ନାମ ଭି. ଜେ. ଟି. ଆଇ. କୁ ବଜାୟ ରଖାଗଲା। ବର୍ତ୍ତମାନ V ଏବଂ J ଅକ୍ଷରଗୁଡ଼ିକ କାହାକୁ ବୁଝାଏ?

୫.ଶିବାଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ମହାରାଷ୍ଟ୍ରର ବିଳାସପୂର୍ଣ୍ଣ ସେବାର ନାମ ଶିବନେରୀ ରଖାଯାଇଛି। ଏହି ଦୁର୍ଗରେ ତାଙ୍କ ଜୀବନର କେଉଁ ଘଟଣା ଘଟିଥିଲା?

୬.କେଉଁ ଅସାଧାରଣ ଅସ୍ତ୍ର ବ୍ୟବହାର କରି ଶିବାଜୀ ମହାରାଜ ଦୁର୍ଦ୍ଧର୍ଷ ସେନାନାୟକ ଅଫଜାଲ ଖାଁକୂ ହତ୍ୟା କରିଥିଲେ?

୭.ଏହି “ହୀରା ସହର” ମୋଗଲ ସମ୍ପତ୍ତିର ରତ୍ନ ହୀରା ଥିଲା ଏବଂ ମୁମ୍ବାଇକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଏହା ଏକ ବ୍ରିଟିଶ ବନ୍ଦର ମଧ୍ଯ ଥିଲା | ବର୍ତ୍ତମାନର ମହାରାଷ୍ଟ୍ର ବାହାରେ ଏହି ସହର ଉପରେ ଶିବାଜୀଙ୍କ ପ୍ରଥମ ଆକ୍ରମଣ ହୋଇଥିଲା। ଏହା କେଉଁ ସହର?

୮. ମୋଗଲମାନଙ୍କର କେଉଁ ରାଜପୁତ ସେନାଧ୍ୟାକ୍ଷଙ୍କ ନିକଟରେ ୧୬୬୫ମସିହାରେ ଶିବାଜୀ ମହାରାଜ ତାଙ୍କ ସବୁଠୁ ବଡ ପରାଜୟ ବରଣ କରିଥିଲେ?

୯.ମୃତ୍ୟୁର ଅଳ୍ପଦିନ ପୂର୍ବରୁ ଦାକ୍ଷିଣାତ୍ୟ ଦିଗବିଜୟରେ ଶିବାଜୀ ଦକ୍ଷିଣରେ କେଉଁ ପର୍ଯ୍ୟନ୍ତ ଯାଇଥିଲେ?

୧୦. ରାଜ୍ୟ ବ୍ୟବହାର କୋଷ ଶିବାଜୀଙ୍କଦ୍ୱାରା ପ୍ରଣୀତ ଅଭିଧାନ। ଏହା ଶାସନରେ ବ୍ୟବହୃତ କେଉଁ ଭାଷାକୁ ପରିବର୍ତ୍ତନ କରିବାପାଇଁ ଉଦ୍ଦିଷ୍ଟ ଥିଲା?

୧୧.ଶିବାଜୀଙ୍କର ଭୂମି ଖଜଣା ଓ ସୈନିକମାନଙ୍କ ସମ୍ବନ୍ଧୀୟ କେଉଁ ନିଷ୍ପତ୍ତିକୂ ତାଙ୍କର ସଫଳତାର ମୁଖ୍ୟ କାରଣ ରୂପେ ନିଆଯାଏ?

୧୨.ସ୍ୱାଧୀନତା ଆନ୍ଦୋଳନର କେଉଁ ଲୋକପ୍ରିୟ ସ୍ଲୋଗାନ ଶିବାଜୀଙ୍କ ଦୂରଦୃଷ୍ଟିରୁ ଉତ୍ପନ୍ନ ହୋଇଥିଲା?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In