ନାଗରକୋଇଲ୍ (ନାଗର-ନାଗା, କୋଇଲ-ମନ୍ଦିର)ରେ ଥିବା ନାଗରାଜ ମନ୍ଦିର (ନବମ-ଦ୍ବାଦଶ ଶତାବ୍ଦୀ) ଅନୁସାରେ ସହରର ଏହି ନାମକରଣ ହୋଇଛି। ମନ୍ଦିରର ଗର୍ଭଗୃହ ଚଟାଣଟି ଅନନ୍ଯ ଭାବରେ ବାଲିରେ ନିର୍ମିତ ଏବଂ ଏଥିରେ ପାଞ୍ଚ ଫଣାବିଶିଷ୍ଟ ନାଗରାଜ ରହିଛନ୍ତି। ଓଦା ବାଲିକୁ ପବିତ୍ର ପ୍ରସାଦ ଭାବେ ଦିଆଯାଏ।
ଦକ୍ଷିଣ ଭାରତରେ ସର୍ପ ପୂଜାର ଏକ ଜୀବନ୍ତ ପରମ୍ପରା ରହିଛି। ବୈଦ୍ଯ ସମ୍ପ୍ରଦାୟ ଛୋଟ ଡମ୍ବରୁ ‘ଡକ୍କେ’ ବଜାଇବାରେ ଦକ୍ଷ, ଏବଂ ସେମାନଙ୍କୁ ସର୍ପ କାହାଣୀର ମାଷ୍ଟର ଭାବରେ ବିବେଚନା କରାଯାଏ। ଦକ୍ଷିଣ ଭାରତରେ ସାପ ଅଙ୍କିତ ପଥର (ନାଗା କଲ) ମନ୍ଦିର ଏବଂ ସାପ ପାହାଡ଼ ନିକଟରେ ଏକ ସାଧାରଣ ଦୃଶ୍ଯ | ଅନେକ ସମୟରେ ଜଣେ ନିଃସନ୍ତାନ ମହିଳା ସନ୍ତାନଟିଏ ପାଇବାର ଆଶୀର୍ବାଦ ପାଇଲେ ଏହାକୁ ସ୍ଥାପନ କରିବା ପାଇଁ ଶପଥ ନିଅନ୍ତି।
ବିଜୟନଗର ସମୟର ଏଭଳି ଅନେକ ସାପ ପଥର ମିଳିଛି। ଆଦିଚାଲାନୁର ନାଗଚିତ୍ରିତ ପଥରଗୁଡ଼ିକ ଅନନ୍ଯ କାରଣ ସେଗୁଡ଼ିକ ତ୍ରି-ମାତ୍ରିକ।(three dimensional)
ଅଷ୍ଟାଦଶ ଶତାବ୍ଦୀ ପରେ, ନାଗପୂଜା ସୁବ୍ରମଣ୍ଯମଙ୍କ ସହିତ ଯୋଡ଼ି ହୋଇଥିଲା ଏବଂ ଆଜି ସୁବ୍ରମଣ୍ଯମ୍ ମନ୍ଦିର ନିକଟରେ ନାଗ ପୂଜା ସର୍ବଦା ହୋଇଥାଏ। କର୍ଣ୍ଣାଟକର କୁକ୍କେ ସୁବ୍ରମଣ୍ଯ ମନ୍ଦିର ହେଉଛି ଏକ ପ୍ରସିଦ୍ଧ ମନ୍ଦିର ଯେଉଁଠାରେ ସୁବ୍ରମଣ୍ଯଙ୍କୁ ସାପର ଶାସକ ଭାବରେ ପୂଜା କରାଯାଏ |
ଏସ୍. ଆର୍. ରାମାନୁଜମ୍ ଙ୍କ ଚିତ୍ରରେ ନାଗରକୋଇଲ୍ ମନ୍ଦିର ବାହାରେ ନାଗ ମୂର୍ତ୍ତିର ପୂଜା ପ୍ରଦର୍ଶିତ ହୋଇଛି।