ମହାଭାରତରେ ନରକାସୁରଙ୍କୁ ପ୍ରାଗଜ୍ୟୋତିଷପୁରର (ପ୍ରାକ-ପୂର୍ବ, ଜ୍ୟୋତିଷ-ଶିକ୍ଷା, ପୁର-ନଗର) ରାଜା ଭାବରେ ବର୍ଣ୍ଣନା କରାଯାଇଛି I କିଛି ବିଦ୍ୱାନ ଏହି ସହରକୁ ଉତ୍ତରପଶ୍ଚିମ ଭାରତରେ ଚିହ୍ନିତ କରିଥିଲେ ମଧ୍ୟ କାଶ୍ମୀରର ପ୍ରାମାଣିକ ଇତିହାସ ରାଜତରଙ୍ଗିଣୀ ପ୍ରାଗଜ୍ୟୋତିଷପୁରକୁ ଆସାମରେ ସ୍ଥାନିତ କରିଛି I
ଆସାମର ଆହୋମ୍(୧୩ଶ ଶତାବ୍ଦୀ ଖ୍ରୀଷ୍ଟାବ୍ଦ) ମାନଙ୍କ ପୂର୍ବ ତିନିଟି ରାଜବଂଶ ନିଜକୁ ନରକାସୁର ବଂଶଧରଭାବେ ଦାବି କରନ୍ତି : ବର୍ମନ (୩୫୦- ୬୫୦ ଖ୍ରୀଷ୍ଟାବ୍ଦ), ମ୍ଲେଚ୍ଛ କିମ୍ବା ସଲାସ୍ତମ୍ଭ (୬୫୦-୯୦୦ ଖ୍ରୀଷ୍ଟାବ୍ଦ) ଏବଂ ପାଳ (୯୦୦- ୧୧୦୦ ଖ୍ରୀଷ୍ଟାବ୍ଦ) I ଅହୋମ୍ ମାନେ ପରବର୍ତୀ ସମୟରେ ପ୍ରାୟ ୬୦୦ ବର୍ଷ ରାଜତ୍ଵ କରିଥିଲେ ଏବଂ ଆସାମକୁ ତାହାର ବର୍ତମାନର ନାମ ଦେଇଥିଲେ I ପୁରାଣ ଏବଂ ଅର୍ଥଶାସ୍ତ୍ରରେ ଆସାମକୁ ଅଧିକାଂଶ ସମୟରେ କାମରୂପ ଭାବରେ ଉଲ୍ଲେଖ କରାଯାଇଛି I ପ୍ରାଗଜ୍ୟୋତିଷପୁର ବର୍ମନମାନଙ୍କ ପ୍ରଥମ ରାଜଧାନୀ ଥିଲା ବୋଲି ବିଶ୍ୱାସ କରାଯାଏ । ଯଦିଓ ଏହା ପ୍ରମାଣିତ ହୋଇନାହିଁ , ସମୟକ୍ରମେ ପ୍ରାଗଜ୍ୟୋତିଷପୁର କାମରୂପ ଆସାମ ସମାନାର୍ଥକ ହୋଇଗଲା I ନେପାଳୀ ଭାଗବତମ୍ ର ୧୮ଶ ଶତାବ୍ଦୀ ଅଧ୍ୟାୟରୁ ଉଦ୍ଧୃତ ୱିକିମିଡିଆ (Wikimedia ) ପ୍ରତିଛବି ନରକାସୁରର ପ୍ରାଗଜ୍ୟୋତିଷପୁରକୁ ଦର୍ଶାଉଛି I
ଉତ୍ସ : ନିରୋଦ ବରୁଆ, ପ୍ରାଗଜ୍ୟୋତିଷପୁର – ପ୍ରାରମ୍ଭିକ ଆସାମର ରାଜଧାନୀ ସହର, ଜେ ଏସ ଟି ଓ ଆର
(Nirode Baruah, Pragjyotishpura – Capital City of Early Assam, JSTOR)