ଇତିହାସରେ ଫିରୋଜ ଶାହ ତୋଗଲକଙ୍କ ସମ୍ପର୍କରେ ମିଶ୍ରିତ ମତାମତ ମିଳେ।ସେ ତାଙ୍କ ନିର୍ଦୟତା ଓ ପକ୍ଷପାତିତା ପାଇଁ ପରିଚିତ। ୧୪ଶହ ଶତାବ୍ଦୀରେ ସିନ୍ଧୁ ଗଙ୍ଗା ଯମୁନା ଅବବାହିକାରେ ଏକ ବୃହତ୍ କେନାଲ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଇଥିଲେ।ଫିରୋଜ ଶାହ ଜଳ ସଂରକ୍ଷଣ ନିମିତ୍ତ ତତ୍କାଳୀନ ଭାରତରେ ପ୍ରଚଳିତ ବ୍ଯବସ୍ଥାର ଉନ୍ନତି କରିବାସହ ଏହାକୁ ଆଗକୁ ବଢାଇଥିଲେ। ତାହା ପୂର୍ବରୁ ଦିଲ୍ଲୀର ଚୌହାନ ଓ ତୋମର ବଂଶୀୟ ଶାସକମାନେ କେନାଲ ଓ କୁଅ ଆଦିରେ ଅନେକ ପୁଞ୍ଜି ନିବେଶ କରିଥିଲେ। ଆଜି ବି ସୁରଜକୁଣ୍ଡ ଜଳାଶୟ ସେମାନଙ୍କ ଦୂରଦୃଷ୍ଟିର ପରିଚୟ ଦିଏ। ଦିଲ୍ଲୀର ଜନାବହୁଳ କନୋଟପ୍ଲେସ୍ ଅଞ୍ଚଳରେ ସ୍ଥିତ ଉଗ୍ରସେନ ଜଳାଶୟ ଅନ୍ୟ ଏକ କୃତି।ଗୁଜରାଟ, ରାଜସ୍ଥାନ, କର୍ଣ୍ଣାଟକ, ଓ ହରିଆନା ଆଦି ରାଜ୍ୟଗୁଡିକ ସେମାନଙ୍କର ସୌନ୍ଦର୍ଯ୍ୟମୟ କାରୁକାର୍ଯ୍ୟପୂର୍ଣ୍ଣ ପୁଷ୍କରଣୀ ଗୁଡିକ ପାଇଁ ପରିଚିତ।
ଫିରୋଜ ଶାହଙ୍କ ନିର୍ମିତ କେନାଲଗୁଡିକ ଉତ୍ତର ଭାରତରେ ଚାଷ ଜମିକୁ ପାଣି ଯୋଗାଇବା ସହ ଲୋକମାନଙ୍କ ପାଖରେ ପାଣି ପହଞ୍ଚାଇ ଥିଲା।ମଧ୍ୟଯୁଗର କୌଶଳରେ ନିର୍ମିତ ଏ କେନାଲ ସମୂହଙ୍କୁ ୧୮୫୦ମସିହାରେ ବ୍ରିଟିଶ ସରକାର ତାଙ୍କ ସିଞ୍ଚନ ବ୍ୟବସ୍ଥାର ଅଂଶରେ ପରିଣତ କଲେ। ସ୍ବାଧୀନତା ପରେ ଏହି ବ୍ୟବସ୍ଥାର ଆହୁରି ବିସ୍ତାର କରାଯାଇଛି।
ଚିତ୍ର:ଦିଲ୍ଲୀର ଫିରୋଜ ଶାହ କୋଟଲାର ଜଳାଶୟ। ୱିକିମେଡିଆରୁ କୁମାର ଏସ୍ ଏସ୍.ପି ଙ୍କ ଦ୍ବାରା।
ସୌଜନ୍ୟ:’ Detailed Study of Irrigation Canal’, Sapan Kumar et al, IRJMETS, Dec2022′