ସଂସ୍କୃତ ଶବ ମତ୍ସର ଈର୍ଷା,ପରଶ୍ରୀକାତରତା ଏବଂ ସ୍ବାର୍ଥପରତାକୁ ସୂଚିତ କରିବା ପାଇଁ ଉଦ୍ଭୁତ ହୋଇଥିଲା।
ପୌରାଣିକ କଥାରେ, ଇନ୍ଦ୍ରଙ୍କ ପ୍ରମାଦ (ଅସାବଧାନତା) ରୁ ରାକ୍ଷସ ମତ୍ସରାସୁର ଜନ୍ମ ହୋଇଥିଲେ। ଶିବଙ୍କ ଠାରୁ ଏକ ଶକ୍ତିଶାଳୀ ବର ପାଇ ଏହି ରାକ୍ଷସ ତିନି ବିଶ୍ୱରେ ବିନାଶଲୀଳା କରିଥିଲେ। ସୃଷ୍ଟିରେ ଶୃଙ୍ଖଳା ପୁନର୍ସ୍ଥାପନ କରିବା ପାଇଁ, ଗଣେଶ ବକ୍ରତୁଣ୍ଡ ଅବତାର ଗ୍ରହଣ କରିଥିଲେ-“ବକ୍ରଶୁଣ୍ଢ ସହିତ “। ସେ ମତ୍ସରାସୁରଙ୍କୁ ପରାସ୍ତ କରିଥିଲେ ଓ ଶେଷରେ ତାଙ୍କୁ କ୍ଷମା କରିବାକୁ ନିଷ୍ପତ୍ତି ନେଇଥିଲେ।
ବକ୍ରତୁଣ୍ଡଙ୍କ ଶୁଣ୍ଢ ବୁଦ୍ଧି, ଶକ୍ତି ଏବଂ ନମନୀୟତାର ପ୍ରତୀକ। ଏହାର ଆକୃତି ଆଦିମ ପବିତ୍ର ଧ୍ୱନି “ଓମ୍” କୁ ପ୍ରତିଫଳିତ କରେ, ଯାହାକୁ ଉପନିଷଦ ସର୍ବୋଚ୍ଚ ଆଧ୍ଯାତ୍ମିକ ଜ୍ଞାନ ଭାବରେ ବର୍ଣ୍ଣନା କରେ।
ଅଧିକନ୍ତୁ, ବକ୍ରତୁଣ୍ଡଙ୍କ ବାହନ ସିଂହ ଆମକୁ ସ୍ମରଣ କରାଏ ଯେ ଆମର ଅନ୍ତରରେ ଥିବା କୁପ୍ରବୃତ୍ତିଗୁଡ଼ିକୁ ଆମେ ଦୃଢ଼ତାର ସହ ଦମନ କରିବା ଆବଶ୍ଯକ।ଗଣେଶଙ୍କ ଏହି ଭବ୍ଯ ରୂପ ଆଜି ମଧ୍ଯ ବହୁଳ ଭାବେ ପୂଜିତ, ବିଶେଷ କରି ଲୋକପ୍ରିୟ ଭଜନ “ବକ୍ରତୁଣ୍ଡ ମହାକାୟ”ରେ।