ମାଂଡୂକ୍ୟ ଉପନିଷଦ ବର୍ଣ୍ଣନା କରେ ଚେତନାର ଏକ ଚତୁର୍ଥ ସ୍ଥିତି, ଯାହାକି ଜାଗ୍ରତ, ସ୍ୱପ୍ନ ଏବଂ ଗାଢ଼ ନିଦ ଅବସ୍ଥା କୁ ଅତିକ୍ରମ କରି, ପରମ ସତ୍ୟର ସ୍ଥିତି କୁ ବୁଝାଇଥାଏ। କ’ଣ ସେହି ସ୍ଥିତି ?
ମାଂଡୂକ୍ୟ ସବୁଠାରୁ ଛୋଟ ଉପନିଷଦ ଯେଉଁ ଥିରେ ଠିକ୍ ୧୨ ଟି ମନ୍ତ୍ର ରହିଛି। ଏହା ଶିକ୍ଷା ଦିଏ କି ଓମ୍/ଓଁ ଜଗତ ର ପ୍ରତୀକାତ୍ମକ। ସବୁ କିଛି ବ୍ରହ୍ମ ଏବଂ ଆତ୍ମା ବି – ମାଣ୍ଡୁକ୍ୟ ର ମହାବାକ୍ୟ ‘ ଅୟମ୍ ଆତ୍ମା ବ୍ରହ୍ମ ‘ ।
ଆତ୍ମାକୁ ୪ଟି ଅବସ୍ଥା ଦ୍ୱାରା ଉପସ୍ଥାପନା କରା ଯାଇପାରେ ଯାହାକି ଓମ୍/ଓଁ ଧ୍ୱନି ସହ ସମ୍ପର୍କିତ – ଅ , ଉ , ମ ଏବଂ ୪ର୍ଥ ଟି ଧ୍ୱନି ବିହିନ ଶବ୍ଦ। ଜାଗ୍ରତ ସ୍ଥିତି ଟି ବୈଶ୍ଵାନର ‘ଅ’ , ସ୍ୱପ୍ନ ସ୍ଥିତିଟି ତୈଜସ୍ ‘ଉ’ , ଗଭୀର ନିଦ୍ରା ସ୍ଥିତି ଟି ‘ମ’ ଏବଂ ଆଉ ଏକ ସ୍ଥିତି ୪ର୍ଥ ( ପରେ ଗଉଡପାଦ ତାଙ୍କ ପ୍ରସିଦ୍ଧ ମାଂଡୂକ୍ୟ ଟୀକା ରେ କହିଲେ ତୂରୀୟ) ଯାହା କି ଅବର୍ଣ୍ଣନୀୟ।
ସପ୍ତମ ପଙ୍କ୍ତିରେ ବର୍ଣ୍ଣନା କରାଯାଇଛି
“ତୂରୀୟ” ଯାହାକି ଚତୁର୍ଥ ଭାଗ: ନା ଅନ୍ତର୍ମୁଖୀ ନା ବହିର୍ମୁଖୀ ଚେତନା, ନା ଦୁଇଟି ର ସମିଶ୍ରଣ; ନା ଗୋଟିଏ ଅବିଚ୍ଛେଦ୍ୟ ଚେତନା ; ନା ଜ୍ଞ୍ୟାତ ନା ଅଜ୍ଞ୍ୟାତ ; ଅଦୃଶ୍ୟ , ଅନିର୍ବଚନୀୟ, , ଆକାର ହୀନ, ଗୁଣ ବିବର୍ଜିତ, ଅକଳ୍ପନୀୟ, ବର୍ଣନା କରିହେବ ନାହିଁ , ଯାହାର ମୂଳ ସାରାଂଶ ନିଜ ସତ୍ତା ର ଚୈତନ୍ୟ ଶକ୍ତି; ସମସ୍ତ ସମ୍ପର୍କିତ ଅସ୍ତିତ୍ୱର ସ୍ଥିତି ରେ ବିଶ୍ରାମ, ପୁରା ନିରବ; ଶାନ୍ତ, ପରମାନନ୍ଦ ପ୍ରାପ୍ତ ଅବସ୍ଥା; ଯାହା ର ଦ୍ବିତୀୟ ବିକଳ୍ପ ନାହିଁ : ଏହି ହେଲା ଆତ୍ମାର ସ୍ୱରୂପ; ଯାହା ହୃଦୟଙ୍ଗମ କରିବାକୁ ହେବ।”
ମୂଳ ଲେଖା: ସ୍ୱାମୀ କୃଷ୍ନାନନ୍ଦ ଙ୍କ ଅନୁବାଦ