0

ହୋଲି ପ୍ରଶ୍ନୋତ୍ତରୀ

ପ୍ରାଧ୍ୟାପକ ପି ଭି କାନେ କହନ୍ତି ବସନ୍ତ ଉତ୍ସବ ହୋଲି ଅନେକ ପ୍ରାଚୀନ l ଭାରତୀୟ ଲେଖା ଓ ମୂର୍ତ୍ତିକଳା ରେ ହୋଲିକା ଦହନ ଏବଂ ରଙ୍ଗୋତ୍ସବ ବିଷୟ ରେ ଅନେକ ବର୍ଣନା ଦେଖାଯାଏ l ହୋଲି ଭାଇଚାରା, ଘନିଷ୍ଠତା ଓ ସମାନତା ର ପର୍ବ ବିଷୟ ରେ ଆଲୋଚନା କରିବା l ଏହି ଆଲୋଚନାରେ ଶ୍ରୀ ନିତ୍ୟାନନ୍ଦ ମିଶ୍ର ଙ୍କ ଫାଷ୍ଟପୋଷ୍ଟ ରେ ଲେଖା ହୋଇଥିବା ସନ୍ଦର୍ଭ ଓ ଶ୍ରୀ ଲେଓନା ଆଣ୍ଡରସନଙ୍କ ଭାରତୀୟ ବସନ୍ତ ଉତ୍ସବ ବିଷୟ ରେ ଲେଖା କୁ ସୂଚନାର ଆଧାର ହିସାବରେ ନିଆ ଯାଇଛି l

1.ପୁରାଣ ରେ ହୋଲିକା ଓ ପ୍ରହଲ୍ଲାଦ ଏକ ମହତ୍ବପୁର୍ଣ ପ୍ରସଙ୍ଗ l ସେମିତି ଆଉ ଏକ ପ୍ରସଙ୍ଗ କଣ?

ଉତ୍ତର ଭାରତର ବିଭିନ୍ନ ମନ୍ଦିର ମାନଙ୍କରେ ସମାରୋହ ସହିତ ପାଳନ କରାଯାଉଥିବା କେଉଁ ଦିବ୍ୟ ଦମ୍ପତ୍ତିଙ୍କ ବିଷୟ ଗର୍ଗ ସଂହିତା ରେ ବର୍ଣ୍ଣନ ଅଛି l

ମହାକବି କାଳିଦାସ ବର୍ଣିତ ଓ ବେଙ୍ଗଲ, ଆସାମ ଓ ଓଡିଶା ରେ ପାଳନ ହେଉଥିବା ଦୋଳ ଯାତ୍ରା ର ବିଶେଷ କାର୍ଯ୍ୟକ୍ରମ କଣ?

ଏହି ଚିତ୍ର କର୍ଣ୍ଣାଟକର ଚେନ୍ନାକେଶବ ମନ୍ଦିର ରେ ଥିବା ଏକ ଚିତ୍ରପଟର ଦୃଶ୍ୟ ଯେଉଠି ଜଣେ ସହଚରି ପିଚକାରୀ ଖେଳର ମଜା ନେଉଛି l ମନ୍ଦିର ନିର୍ମାଣରେ ବିଖ୍ୟାତ କେଉଁ ରାଜବଂଶ ଏହି ମନ୍ଦିରର ନିର୍ମାଣ କରାଇଥିକେ l

ପନ୍ଦର ଶହ ଶତାବ୍ଦୀ ରେ ଦକ୍ଷିଣ ଭାରତକୁ ଆସିଥିବା ଜଣେ ପରିବ୍ରାଜକ ହୋଲି ଉତ୍ସବ ସମ୍ବନ୍ଧରେ ଲେଖନ୍ତି : ‘ ସେମାନେ ସମସ୍ତ ବାଟୋଇ ମାନଙ୍କ ଉପରେ ମଧ୍ୟ ପାଣି ଛିଛନ୍ତି, ଏପରିକି ରାଜା ରାଣୀ ମଧ୍ୟ କେଶର ରଙ୍ଗ ପାଣି ରେ ହୋଲି ଖେଳନ୍ତି ‘l ଏହି ପରିବ୍ରାଜକ କେଉଁ ରାଜବଂଶ ବିଷୟରେ ଲେଖିଛନ୍ତି l

ମୋଗଲ ସାମ୍ରାଜ୍ୟ ର ଅନ୍ତିମ ସମ୍ରାଟ ହୋଲି ଉପରେ ଏକ ରସିକିଆ କବିତା ଲେଖି ଥିଲେ l ସେ କିଏ ଥିଲେ?

ଜୈମିନିଙ୍କ ମୀମାଂଶା ଉପରେ ଶବରଙ୍କ ମନ୍ତବ୍ୟରୁ ଜଣାପଡେ ଯେ ହୋଲି ଭାରତୀୟ ଉପମହାଦେଶର କିଛି ଅଂଚଳରୁ ପ୍ରାରମ୍ଭ ହୋଇଛି ଯାହା ଏବେକାର ହୋଲି ସହିତ ସମ୍ପର୍କ ନାହିଁ

କାମସୁତ୍ରରେ ବାସନ୍ତୋତ୍ସବର ବର୍ଣନା ମିଳେ ଯାହା ଅନୁସାରେ ଲୋକେ ‘ଉଦକସ୍ବେଦିକା ” ( ଜଳଛିଟା ପ୍ରକ୍ଷେପଣ ) ଏବଂ ଶ୍ରଙ୍ଗ କ୍ରୀଡା ରେ ନିମଗ୍ନ ହୋଇ ଖେଳିଥାନ୍ତି l ଏହି “ଶ୍ରଙ୍ଗ” ର ମାନେ କଣ?

ଦକ୍ଷିଣାତ୍ୟର ସାତଵାହନ ବଂଶୀୟ ରାଜା ହଳ ଗାହ ସତ୍ତସାଇ (700 ପ୍ରେମ କବିତା) ରେ ହୋଲି ପରି ଏକ ପାର୍ବଣ ବିଷୟରେ ଲେଖିଛନ୍ତି l ଏହି କବିତା ଗୁଚ୍ଛ କେଉଁ ଭାଷାରେ ଲିଖିତ?

ସପ୍ତମ ଶତାବ୍ଦୀରେ ରଚୟିତ ସଂସ୍କୃତ ନାଟକ ‘ରତ୍ନାବଳୀ’, ବସନ୍ତ ଉତ୍ସବ ବିଷୟରେ ବିସ୍ତୃତ ବିବରଣୀ ଦିଏ ଯାହାକି ହୋଲି ପର୍ବ ସହିତ ଅନେକାଂଶରେ ସମାନ l ଏହି ନାଟ୍ୟର ରଚୟିତା କେଉଁ ପଣ୍ଡିତ ରାଜା ଥିଲେ?

11. ହୋଲି ରାଜରାଜୂଡଙ୍କ ଉତ୍ସବ ଥିଲା, ଏପରିକି ଜଣେ ମୋଗଲ ସମ୍ରାଟଙ୍କ ହୋଲି ଖେଳୁଥିବା ଚିତ୍ର ଅଙ୍କା ଯାଇଥିଲା I ତାଙ୍କର ନାମ କଣ?

12. ବୈଦିକ ସାହିତ୍ୟରେ “ହୋଲକା ” ଶବ୍ଦର ଉପଯୋଗ ମିଳେ ଯାହାକି ମୂଳ ସଂସ୍କୃତ ‘ହୁ (ଅର୍ପଣ କରିବା)’ ରୁ ଆସିଛିl ଏହାର ଅର୍ଥ କଣ l

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In