ନାଲୁକେଟ୍ଟୁ (ଅର୍ଥାତ୍ ଚାରି ଖଣ୍ଡ) ହେଉଛି କେରଳର ଏକ ପ୍ରାଙ୍ଗଣଥିବା ଘର, ଯେତେବେଳେ କି ନାଦୁମୁଟ୍ଟମ୍ ହେଉଛି ପ୍ରାଙ୍ଗଣ।
‘ଅଙ୍ଗନ’ କିମ୍ବା ‘ସେହାନ’, ଘର ଭିତରେ କୋଠରୀ ଦ୍ୱାରା ଘେରି ରହିଥିବା ଏକ ପ୍ରାଙ୍ଗଣ କିନ୍ତୁ ଆକାଶ ପାଇଁ ଖୋଲା, ପୁରୁଣା ଘରଗୁଡିକରେ ଏହା ଏକ ସାଧାରଣ ବୈଶିଷ୍ଟ୍ଯ ଥିଲା।ପ୍ରାଙ୍ଗଣଟି ଆଭ୍ଯନ୍ତରୀଣ ସ୍ଥାନକୁ ସୌର ବିକିରଣ ଏବଂ ଗରମ ଓ ଧୂଳି ପବନରୁ ରକ୍ଷା କରେ। ଏହା ଦିନସାରା ସର୍ବଦା ଛାୟାବୃତ ହୋଇରହିଥାଏ। ପ୍ରାଙ୍ଗଣର ଉତ୍ତପ୍ତ ଚଟାଣ ପ୍ରାଙ୍ଗଣରେ ଉପସ୍ଥିତ ବାୟୁର ତାପମାତ୍ରା ବୃଦ୍ଧି କରେ। ଗରମ ବାୟୁ ଉପରକୁ ଉଠିଥାଏ ଏବଂ ଏକ ତାଜା ଏବଂ ଥଣ୍ଡା ପବନ ଏହି ସ୍ଥାନ ପୂରଣ କରେ। (ଷ୍ଟାକ୍ ଭେଣ୍ଟିଲେସନ୍ ପ୍ରଭାବ)
ଅନେକ କ୍ଷେତ୍ରରେ, ପ୍ରାଙ୍ଗଣଟି ଏକ ବାରଣ୍ଡା (ଏକ ପାଦଚଲା ରାସ୍ତା) ଦ୍ୱାରା ଧାଡ଼ି ହୋଇ ରହିଥିଲା ଯାହା ଅତିରିକ୍ତ ଶୀତଳତା ପ୍ରଦାନ କରିଥିଲା, ଓ ଯାହା ବାୟୁ ପ୍ରବାହକୁ ବି ନିଯ଼ନ୍ତ୍ରିତ କରୁଥିଲା | ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରାକୃତିକ ଉତ୍ତାପକୁ ପଚିଶି ପ୍ରତିଶତ କମ୍ କରିବାରେ ପ୍ରାଙ୍ଗଣ ହେଉଛି ସବୁଠାରୁ ପ୍ରଭାବଶାଳୀ ନିଷ୍କ୍ରିୟ ଶୀତଳୀକରଣ କୌଶଳ।
ସୌମ୍ଯାଭନ୍ ଙ୍କ ଦ୍ୱାରା ଉଇକିମିଡ଼ିଆର ଏହି ଚିତ୍ର ବାରଣ୍ଡା ଦ୍ୱାରା ଘେରି ରହିଥିବା କେରଳର ଏକ ଘର ଓ ପ୍ରାଙ୍ଗଣକୁ ଦର୍ଶାଉଛି |
ଉତ୍ସ: ଆସିଫ୍ ଅଲ୍ଲୀ, “ମୋଗଲ ଅଟ୍ଟାଳିକାରେ ନିଷ୍କ୍ରିୟ ଶୀତଳତା”