2

ରକ୍ଷା ବନ୍ଧନ ପ୍ରଶ୍ନୋତ୍ତରୀ

ଭାସ୍କରାଚାର୍ଯ୍ୟ ତାଙ୍କର ପ୍ରସିଦ୍ଧ ଗଣିତ ପୁସ୍ତକର ନାମ ‘ଲୀଳାବତୀ’ ରଖିଥିଲେ । ଲୀଳାବତୀ କିଏ ଥିଲେ, ସେ ବିଷୟରେ କୌଣସି ଲିଖିତ ପ୍ରମାଣ ନାହିଁ । ଲୋକପ୍ରିୟ କାହାଣୀ ଅନୁସାରେ ସେ ତାଙ୍କ କନ୍ୟା ଥିଲେ, କିନ୍ତୁ ଲୀଳାବତୀଙ୍କୁ ଯେଉଁଭଳି ଭାବରେ ସମ୍ବୋଧନ କରାଯାଇଛି, ତା ଆଧାର ରେ ବିଦ୍ୱାନମାନେ ମନେ କରନ୍ତି ଯେ ସେ ହୁଏତ ତାଙ୍କ ସ୍ତ୍ରୀ ହୋଇଥାଇପାରନ୍ତି। ନିଃସନ୍ଦେହରେ, ଏହି ପୁସ୍ତକଟି ଲୀଳାବତୀ ଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି।
ଯଥାର୍ଥରେ, STEM (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) କ୍ଷେତ୍ରର ଭାରତୀୟ ନାରୀମାନେ ହିଁ ଲୀଳାବତୀଙ୍କ ପ୍ରକୃତ ଉତ୍ତରାଧିକାରୀ। ଆମ ପାଖରେ ବୈଦିକ ଚିନ୍ତକ, କ୍ଷେପଣାସ୍ତ୍ର ବିଶେଷଜ୍ଞ , ଗବେଷକ, ଉଦ୍ଭାବକ ଏବଂ ବୈଜ୍ଞାନିକ ଦୁଃସାହସୀ ବ୍ୟକ୍ତିତ୍ୱ ରହିଆସିଛନ୍ତି । ଆସନ୍ତୁ ରକ୍ଷାବନ୍ଧନ ଅବସରରେ STEM ପରମ୍ପରାକୁ ଆଗକୁ ବଢ଼ାଇଥିବା ଏହି ଅଦମ୍ୟ ନାରୀମାନଙ୍କ ଗୌରବ ଗାନ କରିବା।
ୱିମେନ୍ ସାଇଣ୍ଟିଷ୍ଟସ୍ ଅଫ୍ ଇଣ୍ଡିଆ (ନ୍ୟାସନାଲ ବୁକ୍ ଟ୍ରଷ୍ଟ) ଏବଂ ଲୀଳାବତୀସ୍ ଡଟର୍ସ (ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସେସ୍) ହେଉଛି ଦୁଇଟି ଚମତ୍କାର ପୁସ୍ତକ, ଯାହା ଏହି ଐତିହ୍ୟ ତଥା ପରମ୍ପରାକୁ ଲିପିବଦ୍ଧ କରିଛି। ଆମର ଏହି ପ୍ରଶ୍ନଉତ୍ତରୀ ଉକ୍ତ ଦୁଇଟି ପୁସ୍ତକ ଉପରେ ଆଧାରିତ। ଛବିଗୁଡ଼ିକ ଉଇକିମିଡ଼ିଆ କମନ୍ସରୁ ସଂଗୃହୀତ।

“ବୈଦିକ ଯୁଗରେ ବ୍ରହ୍ମବାଦିନୀମାନେ ମହିଳା ଋଷି ଥିଲେ। ଏମାନଙ୍କ ମଧ୍ୟରୁ କିଏ ଜଣେ ବ୍ରହ୍ମବାଦିନୀ ଏବଂ ଅଗସ୍ତ୍ୟ ମୁନିଙ୍କ ପତ୍ନୀ ଅଟନ୍ତି?”

ରୁଷା ମଧ୍ୟଯୁଗର ଜଣେ ମହିଳା ଆୟୁର୍ବେଦ ଚିକିତ୍ସକ (ବୈଦ୍ୟ) ଥିଲେ। ତାଙ୍କର କାର୍ଯ୍ୟ ପ୍ରସିଦ୍ଧ ହାରୁନ୍ ଅଲ୍-ରସିଦଙ୍କ ରାଜଦରବାରରେ ଏକ ଗୌରବପୂର୍ଣ୍ଣ ସ୍ଥାନ ପାଇଥିଲା। କୋଉ ଭାଷା ରେ ତାଙ୍କ କାର୍ଯ୍ୟ କୁ ଅନୁବାଦ କରାଯାଇଥିଲା ?

ଗାର୍ଗୀ ଏବଂ ମୈତ୍ରେୟୀ ପ୍ରାଚୀନ କାଳର ଦୁଇଜଣ ପ୍ରସିଦ୍ଧ ମହିଳା ଦାର୍ଶନିକ ଅଟନ୍ତି। ଆପଣ କେଉଁ ସହରରେ ସେମାନଙ୍କ ନାମରେ ନାମିତ ଦୁଇଟି କଲେଜ ପାଇବେ?

ଭାରତର ପ୍ରଥମ ବିଜ୍ଞାନ ପିଏଚ୍‌ଡି (PhD) ଲାଭ କରିଥିବା ମହିଳା ହେଲେ କମଳା ସୋହୋନି । ଅନ୍ୟ ଜଣେ ପ୍ରସିଦ୍ଧ ବୈଜ୍ଞାନିକ ପ୍ରଥମେ ତାଙ୍କୁ ନିଜ ଅନୁଷ୍ଠାନ ରେ ନାମଲେଖା ପାଇଁ ମନା କରିଦେଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ପ୍ରବେଶ ଅନୁମତି ଦେଇଥିଲେ। ଏହି ବୈଜ୍ଞାନିକ ଜଣକ କିଏ ହୋଇପାରନ୍ତି?

ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ପ୍ରଥମ ମହିଳା। ୯ ବର୍ଷ ବୟସରେ ବିବାହ ହୋଇଥିଲା, ୧୪ ବର୍ଷରେ ସନ୍ତାନକୁ ହରାଇଥିଲେ, ୧୮ ବର୍ଷରେ ପାଠ ପଢ଼ିବାକୁ ଭାରତ ଛାଡ଼ିଥିଲେ, ୨୧ ବର୍ଷରେ ମେଡିକାଲ୍ ଡିଗ୍ରୀ ଅର୍ଜନ କଲେ ଏବଂ ୨୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ କିଏ ?

ରୁଖମାବାଈ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟ କରିଥିବା ଦ୍ୱିତୀୟ (ଭାରତୀୟ ) ମହିଳା ଥିଲେ। ତାହା ପୂର୍ବରୁ ସେ ସମାଜ ସଂସ୍କାର କ୍ଷେତ୍ରରେ ସଫଳତା ହାସଲ କରିଥିଲେ। ସେ ମୁଖ୍ୟତଃ କେଉଁ ବିଷୟ ପାଇଁ ଲଢ଼େଇ କରି ପ୍ରସିଦ୍ଧ ହୋଇଥିଲେ ?

“ଅଗ୍ନି ପୁତ୍ରୀ” ଭାବରେ ପରିଚିତ, ସେ ପ୍ରକୃତରେ ଅଗ୍ନି-୪ ଓ ଅଗ୍ନି-୫ ର ଜନନୀ (ପ୍ରକଳ୍ପ ନିର୍ଦ୍ଦେଶିକା ଭାବେ )ଏବଂ ଭାରତୀୟ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ପ୍ରଥମ ମହିଳା ନିର୍ଦ୍ଦେଶିକା ଥିଲେ। ସେ କିଏ?

୫୬ ବର୍ଷ ବୟସରେ, ମଙ୍ଗଳା ମଣି ଏକ କଷ୍ଟକର ୧୫ ମାସର ଅଭିଯାନରେ ଏକମାତ୍ର ମହିଳା ଥିଲେ। ସେ କେଉଁଠାରେ ଥିଲେ ?

ଜଣେ ସର୍କସ କଳାକାରଙ୍କ ଘରେ ଜନ୍ମିତ, ସେ ଇନ୍ଦିରା ଗାନ୍ଧୀଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ସେ 546372891^{23} ର ଗାଣିତିକ ହିସାବ ପାଇଁ ବିଶ୍ୱପ୍ରସିଦ୍ଧ। ସେ କିଏ?

ଏମ.ଏସସି. (MSc) ଡିଗ୍ରୀ ନ ଥିବା କାରଣରୁ ଆନ୍ନା ମଣିଙ୍କୁ ପିଏଚ୍.ଡି. (PhD) ମିଳିପାରି ନ ଥିଲା। ଯନ୍ତ୍ରପାତି ନିର୍ମାଣ କ୍ଷେତ୍ରର ଜଣେ ଅଗ୍ରଦୂତ ଭାବେ, ତାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଯନ୍ତ୍ରଗୁଡ଼ିକ କେଉଁ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୁଏ?

କଣିକା ପଦାର୍ଥ ବିଜ୍ଞାନ ଉପରେ ବିଭା ଚୌଧୁରୀଙ୍କ କାର୍ଯ୍ୟକୁ ଦୁଇଜଣ ନୋବେଲ ପୁରସ୍କାର ବିଜେତା ବ୍ୟବହାର କରିଥିଲେ, କିନ୍ତୁ ତାଙ୍କର ଅବଦାନକୁ କେବେ ଲିପିବଦ୍ଧ କରାଯାଇ ନଥିଲା। ବର୍ତ୍ତମାନ ତାଙ୍କୁ କିପରି ସ୍ମରଣ କରାଯାଉଛି?

ଜଣେ ରାଣୀ ରାଜପ୍ରତିନିଧି (Queen Regent) ଙ୍କ ଜମି ଦାନ ଏବଂ ଜଣେ ଶିଳ୍ପପତିଙ୍କ ଅର୍ଦ୍ଧେକ ସମ୍ପତ୍ତି ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନଟିକୁ ପ୍ରତିଷ୍ଠା କରିଥିଲା। ଏହା କେଉଁ ଅନୁଷ୍ଠାନ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In