1

ନୃସିଂହ ଜୟନ୍ତୀ କୁଇଜ୍ ବା ପ୍ରଶ୍ନାବଳୀ

ଆଜି, ତା ୩୦ ରିଖ ଏପ୍ରିଲ ନୃସିଂହ ଜୟନ୍ତୀ।
ନୃସିଂହ ଅବତାରରେ, ବିଷ୍ଣୁ ଏକ ଅଧା ସିଂହ ତଥା ଅଧା ମାନବ ରୂପରେ ନିଜକୁ ପ୍ରକାଶିତ କରିଥିଲେ। ଏହା ଦଶାବତାରର, ଚାରୋଟି ଅବତାର, ଯେଉଁଥିରେ ବିଷ୍ଣୁ ପଶୁ ରୂପ ଧାରଣ କରିଥିଲେ, ତନ୍ମଧ୍ୟରେ ଶେଷ ଅବତାର |
ହିନ୍ଦୁ ଧର୍ମରେ ପଶୁମାନଙ୍କୁ ଏକ ପବିତ୍ର ସ୍ଥାନ ଦିଆଯାଇଛି । ଆମର ଦେବତା ଗଣପତି ବା ହନୁମାନ ପଶୁ ରୂପରେ ପୂଜା ପାଉଛନ୍ତି । ଆମ ଧର୍ମରେ ଦେବତାମାନେ ପ୍ରାଣୀ ବା ପଶୁ ରୂପରେ ଅବତାର ଗ୍ରହଣ କରନ୍ତି । ଅନେକ ପ୍ରାଣୀ ଆମ ଦେବତାମାନଙ୍କର ବାହନ ରୂପରେ ପୂଜା ପାଉଛନ୍ତି । ଅନେକ ପଶୁ ମାନଙ୍କୁ ଦେବତା ଭାବରେ ମଧ୍ୟ୍ୟ ପୂଜା କରାଯାଏ।ଏହି ପ୍ରଶ୍ନାବଳୀ ହିନ୍ଦୁ ଧର୍ମର ୧୨ ଟି ପବିତ୍ର ପଶୁମାନଙ୍କୁ ନେଇ ପ୍ରସ୍ତୁତ ।
ଏହି ପ୍ରଶ୍ନାବଳୀ, ନନ୍ଦିତା କୃଷ୍ଣଙ୍କ ଦ୍ବାରା ଲିଖିତ ଏକ ଅଦ୍ଭୁତ ତଥା ବିସ୍ତୃତ ପୁସ୍ତକ “ଭାରତର ପଵିତ୍ର ପଶୁ ” ଉପରେ ଆଧାରିତ।

ନୋହ ଏବଂ ମହାପ୍ଲାବନ ବା ମହାପ୍ରଳୟର କାହାଣୀ ଵିଷ୍ଣୁଙ୍କ କେଉଁ ଅବତାର ସହିତ ମେଳ ଖାଏ?

ବିଷ୍ଣୁ କୂର୍ମ (କଇଁଛ) ଅବତାରରେ କେଉଁ ମହାନ ମହାଜାଗତିକ ଘଟଣାରେ ଅଂଶଗ୍ରହଣ କରିଥିଲେ?

ବିଷ୍ଣୁଙ୍କ ବରାହ (ବରାହ) ଅବତାରରେ ଏବଂ ନରସିଂହ (ସିଂହ) ଅବତାରରେ ଯଥାକ୍ରମେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶ୍ୟପ ଭାଇମାନଙ୍କୁ ବଦ୍ଧ କରିଥିଲେ। ରାକ୍ଷସମାନେ ଜୟ-ବିଜୟଙ୍କ ଅବତାର ଥିଲେ। ଏମାନେ କିଏ?

ହୟଗ୍ରୀବ ଜ୍ଞାନର ଦେବତା ଏବଂ ସେ ରାକ୍ଷସମାନଙ୍କଠାରୁ ବେଦ ଉଦ୍ଧାର କରିଥିଲେ। ତାଙ୍କର ଶରୀର ମଣିଷର , କିନ୍ତୁ ତାଙ୍କ ମୁଣ୍ଡ କେଉଁ ପ୍ରାଣୀର?

ଶିବଙ୍କ ଦ୍ୱାରା ଦକ୍ଷଙ୍କର ମୁଣ୍ଡ ଛେଦନପରେ, ସତୀଙ୍କ ପିତା ଦକ୍ଷଙ୍କୁ ଏକ ପଶୁ ମୁଣ୍ଡ ସହିତ ପୁନର୍ଜୀବିତ କରାଯାଇଥିଲା । ଏହା କେଉଁ ପଶୁ?

ନନ୍ଦୀ (ନାମକ ଷଣ୍ଢ) ହେଉଛନ୍ତି ଶିବଙ୍କ ରକ୍ଷକ। ‘ନନ୍ଦୀ’ ଶବ୍ଦର ଅର୍ଥ କ’ଣ?

ରାମାୟଣରେ ଆଦିଶେଷ ଏକ ଅବତାର ଭାବରେ ଦେଖାଯାଆନ୍ତି। ଆଦିଶେଷ ରାମାୟଣରେ କାହା ରୂପରେ ଅବତାର ଗ୍ରହଣ କରିଥିଲେ ?

ହିନ୍ଦୁ ଧର୍ମରେ କାଉ କାହାକୁ ପ୍ରତିନିଧିତ୍ୱ କରେ ?

ସମୁଦ୍ର ମନ୍ଥନ ବା କ୍ଷୀରସାଗର ମନ୍ଥନରୁ ଅନେକ ଦିବ୍ୟ ବ୍ୟକ୍ତି ଏବଂ ଦ୍ରବ୍ୟ ସୃଷ୍ଟି ହୋଇଥିଲେ । ଏହି ପ୍ରକ୍ରିୟାରେ କେଉଁ ଇଚ୍ଛା ପୂରଣକାରୀ ଗାଈ ବାହାରିଥିଲେ?

ମନୁଷ୍ୟର ମସ୍ତିସ୍କ(ମନ) ର ଅସ୍ଥିରତାର ପ୍ରତୀକ ସ୍ୱରୂପ ଶିବ କେଉଁ ପ୍ରାଣୀକୁ ଶାନ୍ତ କରିବାପାଇଁ ହାତରେ ଧରିଥାନ୍ତି?

ଗରୁଡ଼ ଇନ୍ଦ୍ରଙ୍କ ସମେତ ଦେବତାମାନଙ୍କ ସହିତ ଯୁଦ୍ଧ କରିଥିଲେ ଏବଂ ତାଙ୍କ ମାତାଙ୍କୁ ମୁକ୍ତ କରିବା ପାଇଁ ଅମୃତ ପାଇଥିଲେ । ଏହି ଅମୃତର ମୂଳ ଉତ୍ସ କ’ଣ ଥିଲା?

ଯୁଧିଷ୍ଠିରଙ୍କ ସହିତ କେଉଁ ପ୍ରାଣୀ ସ୍ୱର୍ଗକୁ ଯାଇଥିଲା?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In