ଗରୁଡ଼ ହେଉଛନ୍ତି ବିନତାଙ୍କ ପୁଅ। କଦ୍ରୁ ଏବଂ ବିନତା ଭଉଣୀ ଥିଲେ ଏବଂ କଦ୍ରୁ ବିନତାଙ୍କୁ ଦାସ କରିଥିଲେ। ଗରୁଡ଼ ତାଙ୍କ ମାତାଙ୍କୁ ମୁକ୍ତ କରିବାକୁ ଚାହୁଁଥିଲେ। କଦ୍ରୁ ଏବଂ ତାଙ୍କ ନାଗ ପୁଅମାନେ ଏକ ସର୍ତ୍ତ ରଖିଥିଲେ ଯେ ଯଦି ଗରୁଡ଼ ଦେବତାଙ୍କଠାରୁ ଅମୃତ ଆଣିବେ, ତେବେ ସେମାନେ ଗରୁଡ଼ଙ୍କ ମାତାଙ୍କୁ ମୁକ୍ତ କରିବେ।
ସମୁଦ୍ର ମନ୍ଥନରେ, ଭଗଵାନ ବିଷ୍ଣୁ ମୋହିନୀ ଅବତାରରେ ଅସୁରମାନଙ୍କୁ ପ୍ରତାରଣା କରି ଦେବତାମାନଙ୍କୁ ଅମୃତ ପ୍ରଦାନ କରିଥିଲେ। ଗରୁଡ଼ ଦେବତାଙ୍କ ପାଖକୁ ଯାଇ ଇନ୍ଦ୍ରଙ୍କ ସମେତ ଦେବତାଙ୍କ ସହିତ ଏକ ଭୟଙ୍କର ଯୁଦ୍ଧ କରିଥିଲେ। ଏକ ବୀରତ୍ୱପୂର୍ଣ୍ଣ ପ୍ରୟାସ ପରେ, ଗରୁଡ଼ ଦେବତାମାନଙ୍କ ଉପରେ ବିଜୟ ପ୍ରାପ୍ତ କଲେ, ଏବଂ ଅମୃତ ଆଣି ତାଙ୍କ ମାତାଙ୍କୁ କଦ୍ରୁଙ୍କ ଦାସତ୍ୱରୁ ମୁକ୍ତ କରିଥିଲେ| ସେ ଏହା ମଧ୍ୟ ନିଶ୍ଚିତ କଲେ ଯେ ନାଗ ପୁତ୍ର ମାନେ ଅମୃତ ପାନ କରିପାରିବେ ନାହିଁ।
ଅରୁଣ ହେଉଛନ୍ତି ଗରୁଡ଼ଙ୍କ ଭାଇ ଯିଏ ସୂର୍ଯ୍ୟଙ୍କ ସାରଥି, ଗରୁଡ ହେଉଛନ୍ତି ପକ୍ଷୀମାନଙ୍କର ରାଜା ଏବଂ ଶ୍ରୀ ବିଷ୍ଣୁଙ୍କ ସାରଥି । ଗରୁଡ଼ ଭାରତୀୟ ଉପମହାଦେଶ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଏକ ଲୋକପ୍ରିୟ ପ୍ରତୀକ। ଇଣ୍ଡୋନେସିଆର ଜାତୀୟ ବିମାନ କମ୍ପାନୀ ହେଉଛି ଗରୁଡ଼ ଏୟାର। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବାହିନୀକୁ ଗରୁଡ଼ କୁହାଯାଏ।
ଚିତ୍ରଟି ରାଜା ରବି ବର୍ମାଙ୍କ ଚିତ୍ର |