13

ନବଦୁର୍ଗା କୁଇଜ୍ (ପ୍ରଶ୍ନୋତ୍ତରୀ)

ଆମେ ଏଠାରେ ସେହି ନବଦୁର୍ଗାଙ୍କ ବିଷୟରେ ଉଲ୍ଲେଖ କରୁଛୁ, ଯେଉଁଥିରେ ଦୁର୍ଗାଙ୍କ ନଅଟି ଅବତାରକୁ ନବରାତ୍ରିର ପ୍ରତ୍ୟେକ ଦିନ ପୂଜା କରାଯାଏ। ‘ଯା ଦେବୀ ସର୍ବଭୂତେଷୁ’ – ଦେବୀ ସେହି ‘ଶକ୍ତି’ର ପ୍ରତୀକ, ଯାହା ସମଗ୍ର ଜୀବଜଗତ ତଥା ‘ପ୍ରକୃତି’ର ସୃଜନାତ୍ମକ ଶକ୍ତି, ଯାହା ଦୈବୀକ ଶକ୍ତିର ଅଭିବ୍ୟକ୍ତି ହିସାବରେ ଭୌତିକ ସଂସାରକୁ ପ୍ରତିନିଧିତ୍ୱ କରେ। ତେଣୁ , ସେ ଅଗଣିତ ରୂପରେ ପୂଜା ପାଆନ୍ତି । ଦେବୀ ମାହାତ୍ମ୍ୟରେ ଦୁର୍ଗାଙ୍କର ନଅଟି ଅବତାର ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ନବଦୁର୍ଗା ସ୍ତୋତ୍ରରେ ପାଳିତ ହେଉଛି, ଯାହା ସ୍ୱାଭାବିକ ରୂପରେ ଉଦ୍ଭବ ହୋଇଛି। ଏହାର କୌଣସି ନିର୍ଦ୍ଦିଷ୍ଟ ଲେଖକ ନାହାନ୍ତି। ଏହି ସ୍ତୋତ୍ର ଏବଂ ‘ଆର୍ଟ ଅଫ୍ ଲିଭିଂ’ ୱେବସାଇଟ୍ ଦ୍ୱାରା ଏହା ଉପରେ ଦିଆଯାଇଥିବା ଟିପ୍ପଣୀ ହେଉଛି ଆମର ମୁଖ୍ୟ ଉତ୍ସ।
‘ଇଣ୍ଡିୟାତ୍ରା’ର ପୂର୍ବ କୁଇଜ ଗୁଡିକରେ ଏହିଭଳି ଅନେକ ରୂପ ର ଅବଧାରଣା କରିବାକୁ ଚେଷ୍ଟା କରାଯାଇଛି । ଆମେ ଏଠାରେ ନବଦୁର୍ଗା ପୂଜା କେମିତି ଆୟୋଜିତ ହୁଏ, କିଛି ପ୍ରମୁଖ ଶକ୍ତିପୀଠ (ଦେବୀଙ୍କ ଶକ୍ତିର ସ୍ଥଳ) ଏବଂ ଦୁର୍ଗା ସପ୍ତଶତୀର କାହାଣୀଗୁଡ଼ିକୁ ଆବୃତ କରିଛୁ।
ଦୁର୍ଗା ପୂଜାର ଶୁଭେଚ୍ଛା।

୧. ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ। ‘ଶୈଳ’ ଅର୍ଥ କ’ଣ?

୨. ଦ୍ୱିତୀୟ ନବଦୁର୍ଗା, ମା ବ୍ରହ୍ମଚାରିଣୀ କେଉଁ ଉଦ୍ଦେଶ୍ୟରେ କଠୋର ତପସ୍ୟା କରିଥିଲେ?

୩. ତୃତୀୟ ନବଦୁର୍ଗା ମା’ ଚନ୍ଦ୍ରଘଣ୍ଟାଙ୍କ ମସ୍ତକକୁ ଚନ୍ଦ୍ର କେଉଁ ଆକାରରେ ସଜାଇଥାନ୍ତି?

୪. ଚତୁର୍ଥ ରୂପରେ ମା କୁଷ୍ମାଣ୍ଡ କିପରି ବିଶ୍ଵର ସୃଷ୍ଟି କରିଥିଲେ?

୫. ପଞ୍ଚମ ରୂପ ସ୍କନ୍ଦମାତାଙ୍କର ପୁଅ କିଏ?

୬. ଦେବୀ କାତ୍ୟାୟନୀ ଧାରଣ କରିଥିବା ଖଣ୍ଡା ଚନ୍ଦ୍ରହାସକୁ , ଶିବ ମୂଳତଃ କାହାକୁ ଉପହାର ଦେଇଥିଲେ?

୭. ମାଆଙ୍କ ଭୟଙ୍କର ରୂପ କାଳରାତ୍ରିଙ୍କୁ ସପ୍ତମ ଦିନରେ ପୂଜା କରାଯାଏ। ସେ କେଉଁ ପଶୁ ଉପରେ ବସିଥାନ୍ତି?

୮. ଅଷ୍ଟମ ନବଦୂର୍ଗା ହେଉଛନ୍ତି ମହାଗୌରୀ | ‘ଗୌରୀ’ ଅର୍ଥ କ’ଣ?

୯. ମାଆ ସିଦ୍ଧିଧାତ୍ରୀ ଶିବଙ୍କ ସହିତ ମିଶିବା ପରେ ସୃଷ୍ଟି ହୋଇଥିବା ଉଭୟଲିଙ୍ଗୀ ଦେବତାଙ୍କ ନାମ କ’ଣ?

୧୦. ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଲୋକପ୍ରିୟ ପ୍ରଥା ଅନୁସାରେ, ନବରାତ୍ରିର ପ୍ରତ୍ୟେକ ଦିନ କେଉଁ ନିର୍ଦ୍ଦିଷ୍ଟ ଜିନିଷ ସହିତ ଜଡିତ?

୧୧. ତାନ୍ତ୍ରିକ ପ୍ରଥା ଶରୀରର ଚକ୍ର (ଶକ୍ତି କେନ୍ଦ୍ର) ସହିତ ନଅଟି ନବଦୁର୍ଗାକୁ ଜଡିତ କରେ। ସମୁଦାୟ କେତୋଟି ଚକ୍ର ଅଛି?

୧୨. ନବରାତ୍ରିର ନଅ ଦିନ ଦେବୀଙ୍କ ଭିନ୍ନ ଏକ ରୂପ ସହିତ ମଧ୍ୟ ତିନିଟି ଗୋଷ୍ଠୀରେ ଜଡିତ। ସେହି କ୍ରମଟି କ’ଣ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In