17

ଗଣତନ୍ତ୍ର ଦିବସ ପ୍ରଶ୍ନୋତ୍ତରୀ

ଆଜାଦ ହିନ୍ଦ ଫୌଜ (ଆଇ.ଏନ୍.ଏ.) ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶୂନ୍ୟରୁ ବାହାରିପଡି ନଥିଲା। ଜଣେ ଐତିହାସିକଙ୍କ ମତ ଅନୁସାରେ ଏହାର ସଂଗଠକ ଜଣେ ଅଦମ୍ଯ ଏବଂ ଆଦୃତ ନେତା ଥିଲେ। ଭାରତ ସ୍ୱାଧୀନତା ହାସଲ କରିବା ପାଇଁ ସେ ‘ଫ୍ଯାସିବାଦୀ’ ପକ୍ଷ ସହିତ ମେଣ୍ଟ କରିଥିଲେ ଓ ଏହା ଆଇ.ଏନ୍.ଏ. କୁ ଏକ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରିଥିଲା। କିନ୍ତୁ ସରୋଜିନୀ ନାଇଡୁଙ୍କ ମତରେ, “ନେତାଜୀ ଏକ ଝଲସୁଥିବା ଖଣ୍ଡାସଦୃଶ୍ୟ ଥିଲେ, ଏହା ନିଜର ପୂଜ୍ୟ ମାତୃଭୂମିକୁ ରକ୍ଷା କରିବା ପାଇଁ ସଦା ସର୍ବଦା ଉନ୍ମୁକ୍ତ ଥିଲା। ” ସେହି ପବିତ୍ର ଭୂମି ଖୁବ୍ ଶୀଘ୍ର ଏକ ଗଣତନ୍ତ୍ରରେ ପରିଣତ ହୋଇଥିଲା।
ଆଜି ଗଣତନ୍ତ୍ର ଦିବସ। ଏବଂ ଜାନୁଆରୀ ୨୩ ନେତାଜୀଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ଆସନ୍ତୁ ଆମେ ସମସ୍ତେ ମିଶି ଆଜି ଏହି ପ୍ରଜ୍ଵଳିତ ଖଣ୍ଡାକୁ ପିଟର ୱାର୍ଡ ଫେ ଙ୍କ ରଚିତ ‘ଦି ଫର୍ ଗଟନ୍ ଆର୍ମି’ ପୁସ୍ତକରୁ ମିଳିଥିବା ତଥ୍ୟର ସହାୟତା ନେଇ ପୁନର୍ଜିବିତ କରିବା।

୧. ନେତାଜୀ କୋଲକାତାସ୍ଥିତ ନିଜ ବାସଭବନରେ ଗୃହବନ୍ଦୀ ଥିବା ସମୟରେ ୧୯୪୧ ଜାନୁଆରୀରେ ସେଠାରୁ ଖସି ପଳାୟନ କରିଥିଲେ।
ସେତେବେଳେ ସେ କୁଆଡେ ପଳେଇଯାଇଥିଲେ?

୨.କେଉଁ ନଗରରେ ଆଇ.ଏନ.ଏ. ପ୍ରଥମେ ଘୋଷିତ ହୋଇଥିଲା?

୩.ଜାପାନୀମାନେ ଆଇ.ଏନ.ଏ.ର ପ୍ରଥମ ସେନାନାୟକ ନିଯୁକ୍ତ କରି ଥିଲେ। କିଏ ଏହି ସେନାର ନେତୃତ୍ୱ ନେଇଥିଲେ?

୪.ଆଇ.ଏନ୍.ଏ.ର ପ୍ରଥମ ରାଜନୈତିକ ମୁଖ୍ୟ ଜଣେ କଠୋର ବିପ୍ଳବୀ ଥିଲେ। ସେ କିଏ?

୫. ବ୍ରିଟିଶ ଆକଳନ ଅନୁସାରେ ଆଇ.ଏନ.ଏ.ରେ ପ୍ରାୟ କେତେ ସଂଖ୍ୟକ ସୈନ୍ୟ ଥିଲେ?

୬.ନେତାଜୀ ୨୧ଅକଟୋବର ୧୯୪୩ରେ କଣ ଘୋଷଣା କରିଥିଲେ?

୭.ଆଜାଦ୍ ହିନ୍ଦର ଜାତୀୟସଂଗୀତ ହିନ୍ଦୁସ୍ତାନୀରେ ‘ଶୁଭ ସୁଖ ମଂଗଳ’। କେଉଁ ବଂଗୀୟ କବି ଏହାର ମୂଳ ରଚୟିତା?

୮.ଆ.ଏନ.ଏ. ର ଏକ ମହିଳା ବାହିନୀ ଥିଲା। ଏହା କାହା ନାମରେ ନାମିତ ହୋଇଥିଲା?

୯.୧୯୪୪ଏପ୍ରିଲରେ ଆଇ.ଏନ୍.ଏ. ପ୍ରଥମକରି ଏହି ପତାକା କେଉଁଠି ଉତ୍ତୋଳନ କରିଥିଲେ?

୧୦. କେଉଁ ଦୁଇ ସହରର ମଝି ରାସ୍ତାଟି ଆଇ.ଏନ୍.ଏ.ର ଭାରତ ଅଭିଯାନରେ ମୁଖ୍ୟ ଯୁଦ୍ଧ କ୍ଷେତ୍ର ଥିଲା?

୧୧.ଏରାବାଦ୍ଦି ନଦୀ ଉପତ୍ୟକାରେ ଆଇ.ଏନ.ଏ.ତାର ଶେଷ ଯୁଦ୍ଧ ଲଢ଼ିଥିଲା। ଏହି ନଦିଟି କେଉଁଠାରେ?

୧୨.ବ୍ରିଟିଶମାନେ ଆଇ.ଏନ.ଏ.ର ତିନି ପୁରୁଖାନେତାଙ୍କ ବିରୋଧରେ ମକଦ୍ଦମା କରିଥିଲେ. ସେମାନେ କିଏ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In