7

ରାମନବମୀ ପ୍ରଶ୍ନୋତ୍ତରୀ

ପ୍ରାଚୀନତମ ରାମକଥା ବାଲ୍ମୀକିଙ୍କର ଆଦିକାବ୍ୟ ରାମାୟଣ।ନୃତ୍ୟ, ନାଟକ ଓ ଶିକ୍ଷା ଆଦି ଅନେକ ବ୍ୟବସ୍ଥାରେ ଏହା ବିଭିନ୍ନ ରୂପରେ ବହୁଳ ଭାବରେ ଆଦୃତ। ରାମନବମୀ ଅବସରରେ ଆସନ୍ତୁ ଆମେ ସଂସ୍କୃତ ଓ ପ୍ରକୃତି ସାହିତ୍ୟରେ ରାମକଥାର ମର୍ମ ଅନୁଭବ କରିବା।
ଏହି ପ୍ରଶ୍ନୋତ୍ତରୀରେ ଆମେ ଡ଼ା. ଭି. ରାଘବନ ଓ ଡ଼. କାମିଲାଇ ବଲକ ଏହି ଦୁଇ ବିଜ୍ଞଙ୍କ ରଚିତ ଲେଖାର ଅନୁସରଣ କରିଅଛୁ।

The pictures in this quiz are from Janakpur Nepal – Temples and Mithila style wall art.

୧. କେଉଁଠାରେ ବାଲ୍ମୀକି ରାମାୟଣ ସର୍ବ ପ୍ରଥମେ ରାମୋପାଖ୍ୟାନ ଭାବରେ କଥିତ ହୋଇଥିଲା?

୨. କାଳିଦାସଙ୍କ ମତରେ କେଉଁ ରସ ବାଲ୍ମୀକିଙ୍କ କାବ୍ୟରେ ପ୍ରାଧାନ୍ୟ ଲାଭ କରିଛି?

୩. କାଳିଦାସଙ୍କ ପୂର୍ବରୁ ବି ଜଣେ ବିଖ୍ୟାତ ନାଟ୍ୟକାର ରାମକଥାକୁ ନାଟକ ରୂପରେ ପ୍ରକାଶିତ କରିଥିଲେ। ଏହି ନାଟ୍ୟକାର କିଏ?

୪. ପଞ୍ଚମ ଶତାବ୍ଦୀରେ ଦାକ୍ଷିଣାତ୍ଯର ରାଜା ପ୍ରବରସେନ କେଉଁ ପ୍ରକୃତି ଭାଷାରେ ପ୍ରାଚୀନତମ ଅଣ-ସଂସ୍କୃତ ରାମକଥା ରଚନା କରିଥିଲେ?

କୁମାରଦାସ (~ ପାଂଚଶତ ଖ୍ରୀଷ୍ଟାବ୍ଦରେ ) ସଂସ୍କୃତରେ ‘ଜାନକୀହରଣ’ ଲେଖିଥିଲେ, ଯାହାର ଅର୍ଥ ହେଉଛି ସୀତାଙ୍କ ଅପହରଣ। ଏହି ନାମଟି କୁମାରଦାସଙ୍କ ଜନ୍ମ ସ୍ଥାନ ବିଷୟରେ ସୂଚନା ଦେଇଥାଏ। ଏହା କେଉଁ ସ୍ଥାନ?

୬. ‘ଶାସ୍ତ୍ରକାବ୍ୟ’ରେ ରାମକଥାର କେଉଁ ନୀତିଗୁଡିକ ବର୍ଣ୍ଣିତ?

୭. ଅଭିନନ୍ଦଙ୍କ ରାମଚରିତଅନୁସାରେ ଲକ୍ଷ୍ମଣଙ୍କ ମା ସୁମିତ୍ରା ପଳାସଙ୍କ ଦ୍ୱାରା ଶାସିତ ଏକ ଅଞ୍ଚଳର। ଏହା କେଉଁ ସ୍ଥାନ?

୮. ଏଗାରଶହ ଶତାବ୍ଦୀରେ ମାଲ୍ୱାର ପ୍ରସିଦ୍ଧ ଓ ପଣ୍ଡିତ ରାଜା ରାମାୟଣ ଚମ୍ପୁ ରଚନା କରିଥିଲେ। ସେ କିଏ?

୯. ଅଭିନନ୍ଦଗୁପ୍ତଙ୍କ ଶିଷ୍ୟ କ୍ଷେମେନ୍ଦ୍ର ରାମକଥା ଚାରିଥର ଲେଖିଥିଲେ। ସେ କେଉଁ ଅଞ୍ଚଳର?

୧୦. ଉତ୍ତରାମଚରିତରେ ଭବଭୁତୀ ଓ କଥାସରିତାସାଗରରେ ସୋମଦେବ ରାମକଥାର ଗୋଟେ ଭିନ୍ନ ଦିଗକୁ ଦର୍ଶାନ୍ତି। ଏହା କଣ?

୧୧.’ଆଧ୍ୟାତ୍ମିକ ରାମାୟଣ’ ତେରଶହ ରୁ ପନ୍ଦରଶହ ଶତାବ୍ଦୀ ମଧ୍ୟରେ ରଚିତ ଏକ ବହୁପ୍ରଭାବଶାଳୀ କଥା। ଏହି କଥା ରାମଭକ୍ତିକୁ
କେଉଁ ଦର୍ଶନ ସହିତ ସଂଶ୍ଳିଷ୍ଟ କରେ?

୧୨. ପରବର୍ତ୍ତୀ ସମୟରେ(ପନ୍ଦରଶହ ଶତାବ୍ଦୀ ଓ ପରେ) ଲିଖିତ ରାମାୟଣ ଯେପରି “ଅଦ୍ଭୁତ ରାମାୟଣ” ଓ “ଆନନ୍ଦ ରାମାୟଣ” କୃଷ୍ଣକଥାର କେଉଁ ସବୁ ଦିଗକୁ ନେଇ ଲିଖିତ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In