7

ଜନ୍ମାଷ୍ଟମୀ ପ୍ରଶ୍ନୋତ୍ତରୀ

ଦ୍ଵାରକା, ମଥୁରା ଓ ବୃନ୍ଦାବନକୁ ଆମେ କୃଷ୍ଣ ଭୂମି ବୋଲି ଜାଣୁ।ଏଗୁଡିକ ଛଡା ଭାରତରେ ଆହୁରି ଅନେକ ସୁନ୍ଦର ସ୍ଥାନମାନ ଅଛି। ଏହି ପ୍ରଶ୍ନୋତ୍ତରୀ ମାଧ୍ୟମରେ ଆମେ ଆପଣଙ୍କୁ କୃଷ୍ଣଙ୍କର ନିବାସ, ତାଙ୍କ ପ୍ରେମମୟ ସ୍ଥଳ, ତାଙ୍କର ଯୁଦ୍ଧକ୍ଷେତ୍ର, କୌଶଳ ପ୍ରଦର୍ଶନ ସ୍ଥାନ ଓ ଜ୍ଞାନ ବିତରଣ ସ୍ଥଳୀ ସହିତ ପରିଚୟ କରାଇବୁ। ଆସନ୍ତୁ, ବଂଶୀର ତାଳେ ତାଳେ ଆମ ଯାତ୍ରାକୁ ଉପଭୋଗ କରିବା।
ଏହି ପ୍ରଶ୍ନୋତ୍ତରୀରେ ଦିଆଯାଇଥିବା ଚିତ୍ରଗୁଡିକ ଟାଇନି ଟଟ୍ ପବ୍ଲିକେଶନ୍ ଓ ଶାନ୍ତୀ ପବ୍ଲିକେଶନ୍ ର ବହିରୁ ଆନିତ। କ୍ଵିଜ୍ ର ପାଞ୍ଚଜଣ ଭାଗ୍ୟବାନ ପ୍ରତିଯୋଗୀଙ୍କୁ ଅର୍ଜୁନ ଭରଦ୍ଵାଜ୍ ଙ୍କର ଲିଖିତ ‘Essentials of Ramayana’ ପୁସ୍ତକ ପୁରସ୍କାର ମିଳିବ।

୧. ବାସୁଦେବ ସଦ୍ୟଜନ୍ମିତ କୃଷ୍ଣଙ୍କୁ ଅର୍ଦ୍ଧରାତ୍ରରେ ନଦୀପାର କରି ନେଇଯାଇ ଥିଲେ ଓ ଯଶୋଦା ଏବଂ ନନ୍ଦଙ୍କୁ ଅର୍ପଣ କଲେ। ବାସୁଦେବ ତାଙ୍କୁ କେଉଁ ସ୍ଥାନକୁ ନେଇଥିଲେ?

୨.ଇନ୍ଦ୍ରଙ୍କ ସାତ ଦିନିଆ ପ୍ରଳୟରୁ ଗୋବର୍ଦ୍ଧନ ଏବଂ ଗୋରୁମାନଙ୍କୁ ଆଶ୍ରୟ ଦେବା ପାଇଁ କୃଷ୍ଣ ଗୋବର୍ଦ୍ଧନ ପାହାଡ଼କୁ ଉଠାଇଥିଲେ। ଏହି ଘଟଣାରୁ କେଉଁ ପ୍ରସିଦ୍ଧ ଖାଦ୍ଯର ଉଦ୍ଭବ ହୋଇଛି?

୩. କୃଷ୍ଣ, ବଳରାମ ଓ ଉଦ୍ଧବଙ୍କୁ ଗୁରୁ ସନ୍ଦୀପନିଙ୍କ ନିକଟକୁ ସେମାନଙ୍କ ଶିକ୍ଷା ପାଇଁ କେଉଁ ନଗରକୁ ପଠାଯାଇଥିଲା?

୪. ଯାଦବମାନେ ପରସ୍ପର ମଧ୍ୟରେ ଝଗଡା କଲେ। କୃଷ୍ଣ ପ୍ରଭାସଠାରେ ଇହଧାମ ତ୍ୟାଗ କଲେ। ପ୍ରଭାସ କେଉଁ ତଟୀୟ ନଗରୀ ନିକଟରେ ଅବସ୍ଥିତ?

୫. କୃଷ୍ଣ ଅଠେଇଶି ଦିନ ଧରି ଜାମ୍ବବାନଠାରୁ ଏକ ମଣି ଉଦ୍ଧାର କରିବାକୁ ଗିରନାର ପର୍ବତଉପରେ ତା ସହ ଯୁଦ୍ଧ କରିଥିଲେ। ଏହି ସ୍ଥାନଟି ଉଭୟ ହିନ୍ଦୁ ଓ ଜୈନମାନଙ୍କ ପାଇଁ ଏକ ପବିତ୍ର ସ୍ଥଳୀ। ସେହି ମଣିର ନାଁ କଣ?

୬. କୃଷ୍ଣ ଓ ବଳରାମ ଗୋମନ୍ତକ ନାମକ ଏକ ସମୁଦ୍ରକୂଳରେ ସ୍ଥିତ ପର୍ବତକୁ ଚାଲିଯାଇ ଥିଲେ। ଏଠାରେ ଜରାସନ୍ଧ ସେମାନଙ୍କ ବାଟ ଓଗାଳି ଥିଲା। ଏହି ସ୍ଥାନକୁ ଆମେ କେଉଁ ନାଁରେ ଜାଣୁ?

୭.ମହାରାଷ୍ଟ୍ରର ଆଜିର ଅମରାବତୀ ଜିଲ୍ଲାର କୁନ୍ଦିନାପୁରରୁ କୃଷ୍ଣ କାହାକୁ ହରଣ କରି ନେଇଥିଲେ?

୮. ପାଞ୍ଚାଳର ରାଜଧାନୀ କେଉଁଠି ଦ୍ରୌପଦୀଙ୍କର ସ୍ୱୟମ୍ବର ଅନୁଷ୍ଠିତ ହୋଇଥିଲା?

୯.ଜରାସନ୍ଧକୁ ମାରିବାଲାଗି ଛଦ୍ମବେଶରେ କୃଷ୍ଣ, ଭୀମ ଓ ଅର୍ଜ୍ଜୁନ ମଗଧର କେଉଁ ରାଜଧାନୀରେ ପ୍ରବେଶ କରିଥିଲେ?

୧୦. କୃଷ୍ଣ ନିଜର ବାଳୁତ ଅବସ୍ଥା ବ୍ରଜଭୂମିର କେଉଁ ଗାଁରେ କାଟିଥିଲେ ଯେଉଁଠି ଗୋକୁଳ ଓ ବୃନ୍ଦାବନ ଛାଡିବା ପରେ ନନ୍ଦ ବାସ କରିଥିଲେ?

୧୧. ଇନ୍ଦ୍ରପ୍ରସ୍ଥ ଯେଉଁ ସ୍ଥାନରେ ଗଢିଉଠି ଥିଲା ସେହି ସ୍ଥାନରେ କେଉଁ ଜଙ୍ଗଲକୁ କୃଷ୍ଣ ଓ ଅର୍ଜ୍ଜୁନ ଜାଳି ଦେଇଥିଲେ?

୧୨. ପ୍ରଗଜ୍ୟୋତିଶଠାରେ କୃଷ୍ଣ ନରକାସୁରକୁ ବଧ କରିଥିଲେ। ଏହା ଦିୱାଲୀ ବା ନରକା ଚତୁର୍ଦଶୀ ହିସାବରେ ପାଳନ କରାଯାଏ। ପ୍ରଗଜ୍ୟୋତିଷ କେଉଁଠି?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In