10

ମାନସରେ ଦର୍ଶନ ବିଷୟରେ କୁଇଜ

ଜୁଲାଇ ୩୧ ତାରିଖ ହେଉଛି ତୁଳସୀଦାସଙ୍କ ଜୟନ୍ତୀ । ତାଙ୍କ ଜନ୍ମର ୫୨୮ ବର୍ଷ ପୁରିଗଲାଣି । ଗାନ୍ଧୀଜୀ ଥରେ ତୁଳସୀଦାସଙ୍କ ‘ରାମଚରିତମାନସ ସମଗ୍ର ଭକ୍ତି ସାହିତ୍ୟର ସର୍ବଶ୍ରେଷ୍ଠ ଗ୍ରନ୍ଥ’ ବୋଲି ବର୍ଣ୍ଣନା କରିଥିଲେ। ଭାଷାବିତ୍ ସାର୍ ଜର୍ଜ ଗ୍ରିଫିଥ୍ ତୁଳସୀଙ୍କୁ ‘ବୁଦ୍ଧଙ୍କ ପରେ ମାନବ ଜାତିର ସର୍ବଶ୍ରେଷ୍ଠ ନେତା’ ବୋଲି ଉଲ୍ଲେଖ କରିଥିଲେ ।

ରାମଚରିତମାନସର ଅର୍ଥ ହେଉଛି ‘ରାମଙ୍କ ମାନବାତାର ଲୀଳାର ଅପୁର୍ବ ସରୋବର’ ଯାହାକୁ ଭକ୍ତିରେ ମାନସ କୁହାଯାଏ । ଉତ୍ତର ଭାରତର ଜନମାନସରେ ଏହା ଏକ ପବିତ୍ର ଗ୍ରନ୍ଥ। ଏହା ଯଥାର୍ଥରେ ଭକ୍ତିର ଏକ କବିତାତ୍ମକ ସଂକଳନ । ତତ୍ ସହିତ ଏହା ସମାନ ଭାବରେ ହିନ୍ଦୁ ଦର୍ଶନର ଜଟିଳତାର ଏକ ଯଥାର୍ଥ ପରିବେଷଣ। ତାଙ୍କର ଜୟନ୍ତୀରେ, ଆସନ୍ତୁ ପରୀକ୍ଷା କରିବା ‘ଦାର୍ଶନିକ ତୁଳସୀ’ ମାନସରେ କ’ଣ କହିଛନ୍ତି । ଆମେ ପବନ ବର୍ମାଙ୍କ ମନୋରମ ପୁସ୍ତକକୁ (The Greatest Ode to Lord Ram: Tulsidas’s Ramcharitmanas Selections & Commentaries) ଆମର ସନ୍ଦର୍ଭ ଭାବରେ ବ୍ୟବହାର କରୁ ଏବଂ https://ramcharitmanas.info/ ୱେବସାଇଟ୍ ମଧ୍ୟ ବ୍ୟବହାର କରୁ ।

ପାଞ୍ଚ ଜଣ ଭାଗ୍ୟବାନ ବିଜେତା ଏହି ପୁସ୍ତକ ଜିତିବାର ସୁଯୋଗ ପାଇବେ।

ଜଣେ ସାଧୁଙ୍କ ଗୁଣ ଯଥା ନିଃସ୍ୱାର୍ଥପରତା, ଅନାସକ୍ତତା ଏବଂ କଷ୍ଟ ସହିଷ୍ଣୁତା କୁ ବର୍ଣନା କରିବାକୁ ଯାଇ ତୁଳସୀ କୋଉ ଦୈନଦିନ ବ୍ୟବହୃତ ପଦାର୍ଥକୁ ବ୍ୟବହାର କରିଛନ୍ତି?

କବୀରଙ୍କ ପରି, ତୁଳସୀ ଆମକୁ କିଛି ଲୋକଙ୍କୁ ସର୍ବଦା ନିକଟତର ରଖିବାକୁ ପରାମର୍ଶ ଦିଅନ୍ତି, ଯେମିତି ସେମାନେ ଆମର ଦୋଷ ବା ଦୁର୍ବଳତା ଗୁଡିକ ଦେଖାଇପାରିବେ। ଏମାନେ କିଏ?

ତୁଳସୀଙ୍କ ମତରେ, କାହାର ପ୍ରଭାବରେ ନିର୍ଗୁଣ (ନିରାକାର) ଈଶ୍ୱର ଗୁଣଯୁକ୍ତ ଈଶ୍ୱର (ସାକାର)ରେ ପରିଣତ ହୁଅନ୍ତି?

ତୁଳସୀ ଈଶ୍ୱରଙ୍କ ଏକତ୍ୱ ଉପରେ ଗୁରୁତ୍ୱ ଦେବା ପାଇଁ ବେଦାନ୍ତୀୟମାନଙ୍କ ସମୁଦ୍ର-ତରଙ୍ଗ ନ୍ୟାୟ (ସାଦୃଶ୍ୟ) ବ୍ୟବହାର କରନ୍ତି। ଏହି ତୁଳନାରେ କ’ଣ ବ୍ୟବହାର କରାଯାଇଛି?

ରାମଚରିତମାନସ ଲେଖିବା ପାଇଁ ତୁଳସୀଙ୍କୁ କେଉଁ ଦେବତା ପ୍ରେରଣା ଦେଇଥିଲେ?

ତୁଳସୀ, ଶିବ ଓ ସତୀଙ୍କ ପ୍ରସିଦ୍ଧ କାହାଣୀରେ, ସତୀଙ୍କ ପିତାଙ୍କ ଉଦାହରଣ ଦେଇ ଅହଂକାରର କୁପରିଣାମ କୁ ଦର୍ଶାଇଛନ୍ତି। ଉଲ୍ଲେଖିତ ଚରିତ୍ରଟିର ନାମ କଣ?

ତୁଳସୀଙ୍କ ମତରେ ପ୍ରଭୁଙ୍କ ସ୍ୱରୂପ କିଏ ପରିଭାଷିତ କରିପାରିବେ?

ଜୀବନର ଉତ୍ଥାନ-ପତନରେ ବ୍ୟକ୍ତି କାହିଁକି ବିଚଳିତ ହେବା ଉଚିତ୍ ନୁହେଁ ତାହା ବୁଝାଇବା ପାଇଁ ତୁଳସୀ ଜଗତକୁ କାହା ସହିତ ତୁଳନା କରିଛନ୍ତି?

ତୁଳସୀଙ୍କ ମତରେ, ଜନ୍ମ ଏବଂ ମୃତ୍ୟୁ, ସୁଖ ଏବଂ ଯନ୍ତ୍ରଣା, କ୍ଷତି ଏବଂ ଲାଭ, ସବୁକିଛି କେଉଁ ନିୟମ ଅନୁଯାୟୀ ଘଟେ?

ତୁଳସୀଙ୍କ ଦୃଷ୍ଟିକୋଣରେ, ‘ମୁଁ’ ଏବଂ ‘ମୋର’ ଏବଂ ‘ତୁମେ’ ଏବଂ ‘ତୁମର’ ଭାବନା କେଉଁ ଧାରଣାକୁ ପରିଭାଷିତ କରେ?

ରାମରାଜ୍ୟରେ କଣ ବିଜୟ କରିବାର ଉଦ୍ଦେଶ୍ୟ ଥିଲା?

ତୁଳସୀ ଭାରତର ଜାତୀୟ ପକ୍ଷୀକୁ ଦୁଷ୍ଟ ଲୋକଙ୍କ ସହିତ ତୁଳନା କରିଛନ୍ତି । ପକ୍ଷୀର ନାମ କଣ ?

ପ୍ରସ୍ଥାନ

How did you like this quiz?

Get quiz links

We will send you quiz links at 6 AM on festival days. Nothing else 

Opt In